21.1 C
Bhubaneswar
Tuesday, December 23, 2025
Homeଓଡିଶାଥର୍‌ ଗାଡ଼ି କେଳେଙ୍କାରୀ: ଦୋଷୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ

ଥର୍‌ ଗାଡ଼ି କେଳେଙ୍କାରୀ: ଦୋଷୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଥର୍ ଗାଡି କେଳେଙ୍କାରୀ ଘଟଣାରେ ମୁହଁ ଖୋଲିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । କେଳେଙ୍କାରୀର ତଦନ୍ତ ଏଜି କରୁଛନ୍ତି । ଦୋଷୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ପିସିସିଏଫ୍ ସ୍ତରରେ ନେଣଦେଣ ହୋଇଛି ।  ପୂର୍ବତନ ପିସିସିଏଫ୍‌ ହୁଅନ୍ତୁ ବା ବରିଷ୍ଠ ଅଧିକାରୀ ଯିଏ ଦୋଷୀ ଏବଂ ଯିଏ ନୀତିନିୟମକୁ ଉଲ୍ଲଂଘନ କରିଥିବ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ମୋହନ ସରକାର ଦୁର୍ନୀତିକୁ ଆଦୌ ପ୍ରଶୟ ଦେବେନି ବୋଲି କହିଛନ୍ତି ଗଣେଶ ରାମ ସିଂ ଖୁଣ୍ଟିଆ । ଥର୍ ଗାଡ଼ି କିଣାରେ ଅନିୟମିତତା ନେଇ ପୂର୍ବରୁ ଅଭିଯୋଗ ଆସିଥିଲା । ଗାଡି କିଣିବା ପରେ ଏହାର ମୋଡିଫିକେସନ ପାଇଁ ଖର୍ଚ୍ଚ ହୋଇଥିଲା ୫ କୋଟିରୁ ଅଧିକ ଟଙ୍କା । ୫୧ଟି ଗାଡ଼ିର ମୋଡିଫିକେସନରେ ଏହି ଟଙ୍କା ଖର୍ଚ୍ଚ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking