34.1 C
Bhubaneswar
Saturday, April 4, 2026
Homeଦେଶ ବିଦେଶଥମୁନି ବଧୂ ନିର୍ଯାତନା: ମହିଳାଙ୍କ ପ୍ରାଇଭେଟ୍ ପାର୍ଟରେ ଲଙ୍କାଗୁଣ୍ଡ ଭର୍ତ୍ତି କଲେ ଶାଶୂଘର ଲୋକେ

ଥମୁନି ବଧୂ ନିର୍ଯାତନା: ମହିଳାଙ୍କ ପ୍ରାଇଭେଟ୍ ପାର୍ଟରେ ଲଙ୍କାଗୁଣ୍ଡ ଭର୍ତ୍ତି କଲେ ଶାଶୂଘର ଲୋକେ

ଭୋପାଳ : ଥମୁନି ବଧୂ ନିର୍ଯାତନା। ଜଣେ ମହିଳାଙ୍କୁ ତାଙ୍କ ଶାଶୁଘର ଲୋକେ ଉଲଗ୍ନ କରି ନିର୍ଧୂମ ପିଟିବା ସହ ଲୁହା ରଡ୍‌ରେ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ, ବର୍ବରତାର ସବୁ ସୀମା ସରହଦ ଟପି ଯାଇଛନ୍ତି ନରରୂପୀ ରାକ୍ଷସମାନେ। ଏତେ ନିର୍ଯାତନା ଦେବା ପରେ ମନ ବୁଝିଲାନି ଯେ, ମହିଳାଙ୍କ ପ୍ରାଇଭେଟ୍ ପାର୍ଟରେ ଲଙ୍କାଗୁଣ୍ଡ ଭର୍ତ୍ତି କରିଦେଇଛନ୍ତି। ଏପରି ଏକ ଅମାନୁଷିକ ଘଟଣା ଘଟିଛି ମଧ୍ୟପ୍ରଦେଶର ରାଜଗଡ଼ରେ। ଏନେଇ ମହିଳା ଜଣଙ୍କ ଥାନାରେ ତାଙ୍କ ସ୍ୱାମୀ ଏବଂ ଶାଶୁଘର ଲୋକଙ୍କ ନାମରେ ଅଭିଯୋଗ କରିଛନ୍ତି। ସେ ତାଙ୍କ ଅଭିଯୋଗର ଏତଲାରେ ଦର୍ଶାଇଛନ୍ତି ଯେ, ଶାଶୁଘର ଲୋକେ ତାଙ୍କ ପ୍ରାଇଭେଟ୍ ପାର୍ଟରେ ଗରମ ଲୁହା ରଡ୍‌ରେ ଚେଙ୍କ ଦେବା ସହ ଲଙ୍କାଗୁଣ୍ଡ ଭର୍ତ୍ତି କରିଦେଇଛନ୍ତି।
ପୋଲିସ ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରିଛି ବୋଲି ଅଧିକାରୀମାନେ କହିଛନ୍ତି।

ଅଭିଯୋଗ ଅନୁଯାୟୀ, ସ୍ୱାମୀ, ନଣନ୍ଦ, ଶାଶୁ ଏବଂ ଶ୍ୱଶୁର ତାଙ୍କୁ ପ୍ରାୟ ଦୁଇ ଘଣ୍ଟା ଧରି ଏପରି ଅତ୍ୟାଚାର କରିଥିଲେ। ତାଙ୍କୁ ଉଲଗ୍ନ କରି ପିଟିବା ସହ ଶାଶୁ ତାଙ୍କ ପ୍ରାଇଭେଟ୍ ପାର୍ଟରେ ଲୁହା ରଡ୍‌ରେ ଚେଙ୍କ ଦେଇ ଲଙ୍କାଗୁଣ୍ଡ ଲଗାଇ ଦେଇଥିଲେ। ଏହି ଘଟଣା ଡିସେମ୍ବର ୧୩ରେ ଘଟିଥିଲା। ଯାହା ଏବେ ସାମ୍ନାକୁ ଆସିଛି। ଘଟଣା ପରଦିନ ସ୍ୱାମୀ ଏବଂ ଶ୍ୱଶୁର ପୀଡ଼ିତାଙ୍କୁ ବାଇକ୍‌ରେ ନେଇ ଥାନା ନିକଟରେ ଛାଡ଼ି ଦେଇଥିବା ଜଣାଯାଇଛି। ମହିଳା ଜଣକ ତାଙ୍କ ବାପଘରେ ପହଞ୍ଚି ଘଟଣା ସମ୍ପର୍କରେ କହିବା ସହ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ, ରୋହିତ ରୁହେଲା ନାମକ ଜଣେ ଯୁବକ ମହିଳାଙ୍କ ଘରକୁ କୌଣସି ସାମଗ୍ରୀ ମାଗିବାକୁ ଆସିଥିଲେ। ଯେତେବେଳେ ପୀଡ଼ିତା ତାଙ୍କୁ ଫାଟକ ନିକଟରେ ଅପେକ୍ଷା କରିବାକୁ କହିଥିଲେ। ସେତେବେଳେ ସେ କବାଟ ବନ୍ଦ କରି ତାଙ୍କ କୋଠରିରେ ପ୍ରବେଶ କରି ତାଙ୍କୁ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ତାଙ୍କ ନଣନ୍ଦ କୋଠରି ଭିତରକୁ ପ୍ରବେଶ କରିବାରୁ ଯୁବକ ଜଣକ ପଳାଇ ଯାଇଥିଲେ। ପୀଡ଼ିତା କହିଛନ୍ତି ଏହି କଥାକୁ ନେଇ ଶାଶୁ, ନଣନ୍ଦ, ସ୍ୱାମୀ ଏବଂ ଶ୍ୱଶୁର ମୋତେ ଦାୟୀ କରି ନିର୍ଯାତନା ଦେଇଛନ୍ତି। ସେ ଚେତାଶୂନ୍ୟ ହୋଇପଡ଼ିଥିଲେ ବୋଲି ପୀଡ଼ିତା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking