20.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶପାକିସ୍ତାନର ପ୍ରତି ଗଳିକନ୍ଦିରେ ଆତଙ୍କବାଦୀ; ଆତ୍ମବଡ଼ିମା ଦର୍ଶାଇବାକୁ ଯାଇ ସରକାରଙ୍କ ମୁଖା ଖୋଲିଦେଲା ପାକ୍ ସେନା

ପାକିସ୍ତାନର ପ୍ରତି ଗଳିକନ୍ଦିରେ ଆତଙ୍କବାଦୀ; ଆତ୍ମବଡ଼ିମା ଦର୍ଶାଇବାକୁ ଯାଇ ସରକାରଙ୍କ ମୁଖା ଖୋଲିଦେଲା ପାକ୍ ସେନା

ଇସଲାମାବାଦ: ପାକିସ୍ତାନର ପ୍ରତ୍ୟେକ ଗଳିକନ୍ଦିରେ ଆତଙ୍କବାଦୀ ରହିଛନ୍ତି । ଏଠାରେ ଘରେ ଘରେ ଆତଙ୍କବାଦୀମାନେ ଜନ୍ମ ଗ୍ରହଣ କରୁଛନ୍ତି, ସେମାନଙ୍କ ସହ ମୁକାବିଲା କରିବା ଅତ୍ରନ୍ତ ଜରୁରି ହୋଇପଡିଛି ।” ଜାଣତରେ ହେଉ କିମ୍ବା ଅଜାଣତରେ ପାକିସ୍ତାନ ସେନା କିନ୍ତୁୂ ଏଭଳି ବିବୃତି ଦେଇଛି, ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ରିପୋର୍ଟ ଅନୁସାରେ ପାକିସ୍ତାନ ସେନା ଦର୍ଶାଇଛି ଯେ, ପାକିସ୍ତାନର ପ୍ରତ୍ୟେକ ଗଳି କନ୍ଦି ତଥା ରାସ୍ତାରେ ବେଧଡ଼କ ଭାବେ ବୁଲୁଛନ୍ତି । ସେମାନଙ୍କ ସହ ମୁକାବିଲା କରିବାକୁ ପାକିସ୍ତାନ ସେନାକୁ କଠିନ ପରିଶ୍ରମ କରିବାକୁ ପଡ଼ିବ ।
ପାକିସ୍ତାନ ସେନା ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଚୌଧୁରୀ ମଧ୍ୟ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପାକ୍ ସେନା, ଗୁପ୍ତଚର ଏଜେନ୍ସି ଏବଂ ପୁଲିସ୍ ବାହିନୀ ପ୍ରତିଦିନ ଆତଙ୍କବାଦୀଙ୍କ ବିରୋଧରେ ୧୩୦ରୁ ଅଧିକ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, କିନ୍ତୁ ଆତଙ୍କବାଦୀଙ୍କ ସଂଖ୍ୟା ହ୍ରାସ ପାଉନାହିଁ । ଗତ ୮ ମାସ ମଧ୍ୟରେ ଆତଙ୍କବାଦୀଙ୍କ ବିରୋଧରେ ଏଠାରେ ମୋଟ୍ ୩୨,୧୭୩ କାର୍ଯ୍ୟାନୁଷ୍ଠାନ କରାଯାଇଛି । ଏଥିମଧ୍ୟରୁ କେବଳ ଅଗଷ୍ଟରେ ୪୦୨୧ଟି ଅପରେଶନ କରାଯାଇଥିଲା । ଯେଉଁଥିରେ ୯୦ ଆତଙ୍କବାଦୀ ନିହତ ହୋଇଥିଲେ । ସେହିପରି ଆତଙ୍କବାଦୀ ବିରୋଧୀ ଲଢ଼େଇରେ ପାକ୍ ସେନା ଓ ପୁଲିସ୍ ବାହିନୀର ଶତାଧିକ ସୈନିକ ମଧ୍ୟ ମୃତ୍ୟୁବରଣ କରିଛନ୍ତି । ଅହମ୍ମଦ ସରିଫ ଚୌଧୁରୀଙ୍କ ଅନୁସାରେ ପାକିସ୍ତାନରେ ତେହରିକ୍‌-ଏ-ତାଲିବାନ ପାକିସ୍ତାନ (ଟିଟିପି), ଲସ୍କର-ଇ-ଇସ୍‌ଲାମ୍‌, ଜମାତ-ଉଲ୍‌-ଅହର ସମେତ ଶହ ଶହ ଆତଙ୍କବାଦୀ ସଂଗଠନ ଅଛନ୍ତି । ଏଥିସହିତ ବେଲୁଚିସ୍ତାନର ବିଦ୍ରୋହୀମାନେ ମଧ୍ୟ ପାକିସ୍ତାନୀ ସେନା ବିରୋଧରେ ଅସ୍ତ୍ର ଉଠାଉଛନ୍ତି । ସେଠାରୁ ପ୍ରତିଦିନ ହେଉଥିବା ଆକ୍ରମଣର ସାମ୍ନା କରିବାକୁ ପଡ଼ୁଛି । ତେବେ ପାକିସ୍ତାନରୁ ଆତଙ୍କବାଦୀଙ୍କୁ ନ ହଟାଯିବା ପର୍ଯ୍ୟନ୍ତ ପାକିସ୍ତାନ ସେନାର ଏହି କାର୍ଯ୍ୟାନୁଷ୍ଠାନ ଜାରି ରହିବ ।
ବାସ୍ତବରେ ପାକିସ୍ତାନୀ ସେନା ନିଜର ପ୍ରଶଂସା କରିବାକୁ ଯାଇ ଏଭଳି ବିବୃତି ଦେଇଛି । କିନ୍ତୁ ସେନାର ଏପ୍ରକାର ବୟାନବାଜି ପାକିସ୍ତାନ ସରକାରଙ୍କ ଅସଲ ମୁଖାକୁ ପଦାରେ ପକାଇଦେଇଛି । ପାକିସ୍ତାନ ଏବେ ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଛି ବୋଲି କରାଯାଉଥିବା ଅଭିଯୋଗ ସତ ପ୍ରମାଣିତ ହୋଇଛି । ପ୍ରକୃତରେ ପୂର୍ବତନ ଆଇଏସ୍‌ଆଇ ମୁଖ୍ୟ ଫୈଜ ହମିଦ୍ ବିରୋଧରେ କୋର୍ଟ ମାର୍ଶଲରେ ସେନା ମୁଖପାତ୍ର ଏଭଳି କିଛି ତଥ୍ୟ ଦେଇଛି ଯାହାକି ପାକିସ୍ତାନ ସରକାରଙ୍କୁ ସବୁଆଡୁ ନିନ୍ଦିତ କରିବା ପାଇଁ ଯଥେଷ୍ଟ । ଭାରତରେ ଆତଙ୍କବାଦ ସୃଷ୍ଟି କରୁଥିବା ପାକିସ୍ତାନ ସବୁବେଳେ ଆତଙ୍କବାଦୀଙ୍କ ସହ ଏହାର କୌଣସି ସମ୍ପର୍କ ନାହିଁ ବୋଲି ଦର୍ଶାଇ ଆସୁଥିବା ବେଳେ ଏବେ ସବୁକିଛି ସ୍ପଷ୍ଟ ହୋଇଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking