17.1 C
Bhubaneswar
Friday, January 3, 2025
Homeଦେଶ ବିଦେଶବେଲୁଚିସ୍ତାନରେ ଆତଙ୍କବାଦୀଙ୍କ ବଡ଼ ଧରଣର ବିସ୍ଫୋରଣ: ୭ ମୃତ

ବେଲୁଚିସ୍ତାନରେ ଆତଙ୍କବାଦୀଙ୍କ ବଡ଼ ଧରଣର ବିସ୍ଫୋରଣ: ୭ ମୃତ

ଇସଲାମାବାଦ : ପାକିସ୍ତାନର ମାସ୍ତୁଙ୍ଗ ଜିଲ୍ଲାରେ ଶୁକ୍ରବାର ଭୟଙ୍କର ବିସ୍ଫୋରଣ । ଏଥିରେ ୫ ଶିଶୁ, ଜଣେ ପୋଲିସ କର୍ମଚାରୀଙ୍କ ସହ ମୋଟ ୭ ଜଣଙ୍କର ମୃତ୍ୟୁ ହୋଇଛି । ସେଭଳି ୧୭ ଜଣ ଆହତ ହୋଇଛନ୍ତି । କଲାତ ଡିଭିଜନର କମିଶନର ନଇମ ବଜଇ କହିଛନ୍ତି ବିସ୍ଫୋରଣ ମାସ୍ତୁଙ୍ଗ ସିଭିଲ ହସ୍ପିଟାଲ ନିକଟରେ ସକାଳ ପ୍ରାୟ ୮ଟା ୩୫ ମିନିଟ୍ରେ ଘଟିଥିଲା । ହସ୍ପିଟାଲକୁ ଲାଗିକି ସେହି ଛକରେ ଗାର୍ଲସ୍ ସ୍କୁଲ ମଧ୍ୟ ରହିଛି । ବିସ୍ଫୋରଣ ସମୟରେ ସେଠାରେ ପୋଲିସ ଭ୍ୟାନ୍ ମଧ୍ୟ ରହିଥିଲା । ଏକ ବାଇକ୍ରେ ଇଆଇଡି(ଇପ୍ରୋଭାଇଜ୍ ଏକ୍ସପ୍ଲୋସିଭ୍ ଡିଭାଇସ୍‌) ଫିଟ୍ କରାଯାଇଥିଲା । ବିସ୍ଫୋରଣ ପାଇଁ ରିମୋଟ୍ କନଟ୍ରୋଲର ବ୍ୟବହାର କରାଯାଇଥିଲା ।

ବିସ୍ଫୋରଣରେ ଆହତ ଲୋକଙ୍କୁ ଚିକିତ୍ସା ପାଇଁ ଦୁଇଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିରେ ନୱାବ୍ ଗେସ୍ ବଖଶ ରାୟସାନି ମେମୋରିଆଲ ହସ୍ପିଟାଲ ଓ ମସ୍ତୁଙ୍ଗ ଜିଲ୍ଲା ହେଡକ୍ୱାଟର ହସ୍ପିଟାଲରେ କରାଯାଉଥିଲା । ସେମାନଙ୍କ ମଧ୍ୟରେ ୧୧ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ କ୍ୱେଟା ଟ୍ରାମା ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ଭିତରେ ଅଧିକାଂଶ ଶିଶୁ ରହିଛନ୍ତି । କ୍ୱେଟା ଟ୍ରାମା ସେଣ୍ଟରକୁ ସ୍ଥାନାନ୍ତର ହୋଇଥିବା ଲୋକଙ୍କ ଭିତରେ ଜଣେ ୫ ବର୍ଷର ଝିଅ ରହିଛି । କ୍ୱେଟା ଟ୍ରାମା ସେଣ୍ଟରର ମ୍ୟାନେଜିଂ ଡାଇରେକ୍ଟର ଅରବାବ୍ କାମରାନଙ୍କ ପକ୍ଷରୁ ଜାରି କରାଯାଇଥିବା ରୋଗୀଙ୍କ ଲିଷ୍ଟ ଅନୁସାରେ, ୧୧ ଜଣଙ୍କ ଭିତରୁ ୫ ଜଣ ଗୁରୁତର ରହିଛି ।

ମସ୍ତୁଙ୍ଗ ଜିଲ୍ଲାର ପୋଲିସ ଅଧିକାରୀ ମିୟାଁଦାଦ ଉମାରନୀ କହିଛନ୍ତି, ଆହତଙ୍କ ଭିତରେ ୪ ଜଣ ପୋଲିସ କର୍ମଚାରୀ ରହିଛନ୍ତି । ମୃତ ଶିଶୁଙ୍କ ମଧ୍ୟ ୫ରୁ ୧୦ ବର୍ଷୀ ପିଲା ରହିଛନ୍ତି । ବିସ୍ଫୋରଣ କାରଣରୁ ଏକ ପୋଲିସ ଭ୍ୟାନ୍ ଓ ବହୁ ଅଟୋ ରିକ୍ସା କ୍ଷତିଗ୍ରସ୍ତ ହୋଇଛି । ଏହି ଘଟଣାକୁ ନେଇ ବେଲୁଚିସ୍ତାନର ମୁଖ୍ୟମନ୍ତ୍ରୀ ମୀର ସରଫରାଜ ବୁଗତି ନିନ୍ଦା କରିଛନ୍ତି । ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଶହୀଦ ପୋଲିସ କର୍ମଚାରୀ ଓ ନିରିହ ପିଲାଙ୍କ ପରିବାର ପ୍ରତି ମୋର ସମବେଦନା ରହିଛି । ଆତଙ୍କବାଦୀମାନେ ଶ୍ରମିକଙ୍କ ସହ ନିରୀହ ପିଲାଙ୍କୁ ଟାର୍ଗେଟ କରିଛନ୍ତି । ଆତଙ୍କବାଦୀଙ୍କ ସଫ୍ଟ ଟାର୍ଗେଟରେ ଏବେ ଶିଶୁ ରହିଛନ୍ତି । ସ୍ଥାନୀୟ ଲୋକଙ୍କୁ ଆତଙ୍କବାଦୀଙ୍କ ଉପରେ ନଜର ରଖିବାକୁ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking