ନୂଆଦିଲ୍ଲୀ : ଜମ୍ମୁ – କଶ୍ମୀର କଠୁୱାରେ ସେନା କ୍ୟାମ୍ପ ଉପରେ ବିଳମ୍ବିତ ରାତିରେ ସେନା କ୍ୟାମ୍ପରେ ପଶି ଆକ୍ରମଣ କରିଛନ୍ତି । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଦେଖିବାକୁ ମିଳିଛି । ସେନା ପକ୍ଷରୁ ଆତଙ୍କୀଙ୍କୁ କଡା ଜବାନ ଦିଆଯାଇଛି । ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଅନ୍ୟପଟେ ସର୍ଚ୍ଚ ଅପରେସନରେ ଗୋଟେ ହାତ ଗୋଳା, ଗୋଟିଏ ୟୁବିଜିଏଲ୍, ଗୋଟିଏ ଇଲେକ୍ଟ୍ରିକ୍ ଡିଟୋନେଟର୍, ଗୋଟିଏ ପିସ୍ତଲ, ଗୋଟେ ପିସ୍ତଲ ରାଉଣ୍ଡ, ଆଇଇଡି ଟ୍ରିଗରିଂ ଉପକରଣ ସହ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।










