ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପହଲଗାମ ନିକଟରେ ତୀର୍ଥଯାତ୍ରୀଙ୍କ ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ । ଏହି ଆକ୍ରମଣରେ ୬ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି । ଜଣେ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଛି । ଆତଙ୍କୀଙ୍କୁ ଧରିବାକୁ ସୁରକ୍ଷାକର୍ମୀମାନେ ପୂୂରା ଅଂଚଳକୁ ଘେରାବନ୍ଦୀ କରିଛନ୍ତି । ଏହି ଘଟଣା ଦକ୍ଷିଣ କାଶ୍ମୀର ପହଲଗାମ ଅଂଚଳରେ ହୋଇଛି । ଗ୍ରୀଷ୍ମ ସମୟରେ ଏଠାକୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି । ଏହାର ସୁଯୋଗ ନେଇ ଆତଙ୍କୀମାନେ ଆଜି ଆକ୍ରମଣ କରିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଆତଙ୍କବାଦୀଙ୍କ ଆକ୍ରମଣ ଫଳରେ ଆତିକମରେ ୬ ଜଣ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ସହାୟତାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଆକ୍ରମଣ ପରେ ବିଜେପି ନେତା ରବିନ୍ଦ୍ର ରୈନା କହିଛନ୍ତି କି, ଆତଙ୍କବାଦୀମାନଙ୍କୁ ଧରାଯିବ ।