ନୂଆଦିଲ୍ଲୀ : ଉତ୍ତରପୂର୍ୱ ନାଇଜେରିଆରେ ଏକ ଜିହାଦୀ ଆତ୍ମଘାତୀ ଆକ୍ରମଣରେ ଅତି ୨୭ ନାଇଜେରିଆ ସୈନିକ ନିହତ ହୋଇଛନ୍ତି । ଏହି ଆକ୍ରମଣରେ ଅନେକ ସୈନ୍ୟ ଆହତ ମଧ୍ୟ ହୋଇଛନ୍ତି । ସୂଚନା ଅନୁସାରେ ଗତ ସପ୍ତାହରେ ବେର୍ନୋ ଏବଂ ୟୋବେ ରାଜ୍ୟ ମଧ୍ୟସ୍ଥ ଏକ ଅଞ୍ଚଳରେ ଥିବା ବୋକୋ ହରାମ ଓ ଇସ୍ଲାମିକ ଷ୍ଟେଟ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ ଉପରେ ନାଇଜେରିଆ ସୈନ୍ୟମାନେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୭୯ ଆତଙ୍କବାଦୀ ନିହତ ହୋଇଥିଲେ । ଏହି ଆକ୍ରମଣର ପ୍ରତଶୋଧ ନେବାକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିବା କୁହାଯାଉଛି । କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଅଧିକାରୀ କହିଛନ୍ତି ।୨୦୧୬ରେ ବୋକୋ ହରାମଠାରୁ ବିଚ୍ଛିନ୍ନ ହୋଇ ଆଇଏସଡବ୍ଲ୍ୟୁଏପି ଉତ୍ତର-ପୂର୍ବାଞ୍ଚଳର ମୁଖ୍ୟ ଅପରାଧ ଗୋଷ୍ଠୀ ରେ ପରିଣତ ହୋଇଥିଲା ।