17.1 C
Bhubaneswar
Monday, December 22, 2025
Homeଦେଶ ବିଦେଶଚର୍ଚ୍ଚ ଉପରେ ଆତଙ୍କୀ ହମ୍‌ଲା, ୧୫ ମୃତ

ଚର୍ଚ୍ଚ ଉପରେ ଆତଙ୍କୀ ହମ୍‌ଲା, ୧୫ ମୃତ

ଦାଗେସ୍ତାନ : ଚର୍ଚ୍ଚ ଉପରେ ଆତଙ୍କବାଦୀ ଆକ୍ରମଣ। ଆଖିବୁଜା ଗୁଳିମାଡ଼ ସାଙ୍ଗକୁ ବୋମା ବିସ୍ଫୋରଣ କଲେ ଆତଙ୍କୀ। ଫଳରେ ଏଥିରେ ପୁଲିସକର୍ମୀଙ୍କ ସମେତ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଚର୍ଚ୍ଚୀ ପାଦ୍ରୀ ମଧ୍ୟ ସାମିଲ ଅଛନ୍ତି। ରୁଷର ଦାଗେସ୍ତାନ ଅଞ୍ଚଳରେ ଏହି ଆତଙ୍କୀ ହମ୍‌ଲା ହୋଇଛି। ସୋମବାର ଦାଗେସ୍ତାନର ଗଭର୍ଣ୍ଣର ସର୍ଗେଇ ମେଲିକୋଭ ଏହି ସୂଚନା ଦେଇଛନ୍ତି। ଦାଗେସ୍ତାନର ଗଭର୍ଣ୍ଣରଙ୍କ ସୂଚନା ମୁତାବକ, ରୁଷର ଦୁଇଟି ସହରରେ ଏହି ଆତଙ୍କୀ ହମ୍‌ଲା ହୋଇଛି। ବନ୍ଧୁକଧାରୀମାନେ ଦୁଇଟି ଆର୍ଥୋଡକ୍ସ ଚର୍ଚ୍ଚ, ଗୋଟିଏ ପୂଜାସ୍ଥଳ, ଓ ଗୋଟିଏ ପୁଲିସ ଚେକ୍‌ ପୋଷ୍ଟ ଉପରକୁ ଗୁଳିମାଡ କରିଛନ୍ତି। ଏଥିରେ ପୁଲିସକର୍ମୀ, ପାଦ୍ରୀଙ୍କ ସମେତ ୧୫ ଜଣଙ୍କ ମୃତ୍ୟୁ ହୋଇଛି।

ସୂଚନା ମୁତାବକ, ଆକ୍ରମଣ ପରେ ଚର୍ଚ୍ଚ, ପୂଜାସ୍ଥଳ ଓ ପୁଲିସ ଚେକ୍‌ ପୋଷ୍ଟରେ ଭୀଷଣ ନିଆଁ ଲାଗି ଯାଇଥିଲା। ଫଳରେ ଚର୍ଚ୍ଚ ଓ ପୂଜାସ୍ଥଳ ସମ୍ପୂର୍ଣ୍ଣ ରୂପେ ପୋଡି ପାଉଁଶ ହୋଇଯାଇଛି। ସେପଟେ ଏହି ଘଟଣା ପରେ ସୋମବାର, ମଙ୍ଗଳବାର ଏବଂ ବୁଧବାର ଦିନ ଦାଗେସ୍ତାନରେ ଶୋକ ଦିବସ ଘୋଷଣା କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking