19.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶତ୍ରିପୁରାରେ ଭୟଙ୍କର ପରିସ୍ଥିତି : ୨୨ ମୃତ

ତ୍ରିପୁରାରେ ଭୟଙ୍କର ପରିସ୍ଥିତି : ୨୨ ମୃତ

ଅଗରତାଲା : ତ୍ରିପୁରାରେ ଭୟଙ୍କର ପରିସ୍ଥିତି। କିଛି ଦିନ ଧରି ତ୍ରିପୁରାରେ ପ୍ରବଳ ବର୍ଷା ଲାଗିରହିଥିବାବେଳେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଶୁକ୍ରବାର ଆଉ ୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ମୃତକଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ସାଉଥ୍‌ ତ୍ରିପୁରା ଜିଲାର ଶାନ୍ତିବଜାର ଅଞ୍ଚଳରେ ଅତଡା ଖସି ଦୁଇଟି ପରିବାରର ସାତଜଣ ସଦସ୍ୟ ପ୍ରାଣ ହରାଇଛନ୍ତି। ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମଡି) ପକ୍ଷରୁ ରାଜ୍ୟର ୮ଟି ଜିଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ବନ୍ୟା ଯୋଗୁଁ ୧୭ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବାୟୁସେନା ପକ୍ଷରୁ ଦୁଇଟି ପରିବହନ ବିମାନକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏହାବ୍ୟତୀତ ଦୁର୍ଗମ ଓ ପାହାଡିଆ ଅଞ୍ଚଳରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଦୁଇଟି ହେଲିକପ୍ଟରକୁ ସଜାଗ ରଖାଯାଇଛି।  ରାଜ୍ୟର ୨୦୦୦ରୁ ଅଧିକ ସ୍ଥାନରେ ଭୂସ୍ଫଳନ ଘଟିଥିବାବେଳେ ୧୭୮୯ଟି ସ୍ଥାନରୁ ଅତଡା ପରିଷ୍କାର କରାଯାଇଛି। ରାଜଧାନୀ ଅଗରତାଲାକୁ ଟ୍ରେନ ଚଳାଚଳ ବାତିଲ କରାଯାଇଛି। ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ଘୋଷଣା କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking