30.1 C
Bhubaneswar
Thursday, July 10, 2025
Homeଦେଶ ବିଦେଶଭୟଙ୍କର ବିମାନ ଦୁର୍ଘଟଣା: ସମସ୍ତଙ୍କ ମୃତ୍ୟୁ ଆଶଙ୍କା

ଭୟଙ୍କର ବିମାନ ଦୁର୍ଘଟଣା: ସମସ୍ତଙ୍କ ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ: ଗୁଜରାଟର ଅହମଦାବାଦରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୨୩୦ଜଣ ଯାତ୍ରୀ ଏବଂ ୧୨ ଜଣ କ୍ରୁ ସଦସ୍ୟ ଥିଲେ ବୋଲି କୁହାଯାଉଛି। ଯାତ୍ରୀଙ୍କ ମଧ୍ୟରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଥିଲେ ବୋଲି ସାମ୍ନାକୁ ଆସିଛି। ଏହା ସହ ୨୪୨ଜଣକ ମଧ୍ୟରୁ ୧୬୯ଜଣ ଭାରତୀୟ ବିମାନରେ ଯାତ୍ରା କରୁଥିଲେ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଏୟାର ଇଣ୍ଡିଆ ସୂଚନା ଦେଇଛି ଯେ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନରେ ୧୬୯ଜଣ ଭାରତୀୟ, ବ୍ରିଟେନର ୫୩ଜଣ ନାଗରିକ, ପର୍ତ୍ତୁଗାଲର ୭ଜଣ ନାଗରିକ ଏବଂ କାନାଡାର ଜଣେ ନାଗରିକ ଯାତ୍ରା କରୁଥିଲେ ।  ହଷ୍ଟେଲ ଉପରେ ବିମାନ କ୍ରାସ ଯୋଗୁଁ ୫ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛି । ୪ ୟୁଜି ଓ ଜଣେ ପିଜି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଆଉ କିଛି ଡାକ୍ତରୀ ଛାତ୍ରୀ ଆହତ ହୋଇଥିବା ସୂଚନା ରହିଛି । ମଧ୍ୟାହ୍ନ ଭୋଜନ କରିବା ବେଳେ ଛାତରେ ଖସିଥିଲା ବିମାନ । ବିମାନ ଦୁର୍ଘଟଣାକୁ ନେଇ ଅହମ୍ମଦାବାଦ ପୋଲିସ କମିଶନର ବୟାନ ଦେଇଛନ୍ତି । କହିଛନ୍ତି, କେହି ବି ଯାତ୍ରୀ ବଞ୍ଚିନଥିବା ଆଶା ଅତ୍ୟନ୍ତ କ୍ଷୀଣ କହିଲେ । ଆହତଙ୍କ ଭିତରୁ ବଞ୍ଚିବା ଆଶା କ୍ଷୀଣ, ସମସ୍ତଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି । କିଛି ଜାତୀୟ ଗଣମାଧ୍ୟମ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିମାନ କ୍ରାସରେ ପ୍ରାଣ ହରାଇଥିବା ରିପୋର୍ଟ କରିଛନ୍ତି । ବିମାନଟି ଖଣ୍ଡ ଖଣ୍ଡ ହୋଇଯାଇଛି । ଉଦ୍ଧାର ପାଇଁ ଘଟଣା ସ୍ଥଳରେ ଏକାଧିକ ଆମ୍ବୁଲାନ୍ସ ପଠାଯାଇଥିଲା

ଘଟଣା ସ୍ଥଳରେ ବିଏସଏଫ ଯବାନ ଓ NDRF ଟିମ୍ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଦୁର୍ଘଟଣାକୁ ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ପୁଲିସ କମିସନରଙ୍କ ସହ ମଧ୍ୟ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଯୁଦ୍ଧକାଳୀନ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ସେପଟେ ଘଟଣାର ତଦାରଖ କରୁଥିବା କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ।

ଏୟାର ଇଣ୍ଡିଆ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଯାତ୍ରୀଙ୍କ ବାବଦରେ କିଛି ଜାଣିବାକୁ ଚାହୁଥିଲେ ୧୮୦୦୫୬୯୧୪୪୪ ନମ୍ବରରେ ଯୋଗାଯୋଗ କରିପାରିବେ । ସୋସିଆଲ ମିଡିଆ ସାଇଟ୍‌ ଏକ୍ସ ହ୍ୟାଣ୍ଡେଲ୍‌ରେ ଏୟାର ପକ୍ଷରୁ କୁହାଯାଇଛି ଯେ, ଆହତମାନଙ୍କୁ  ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।  ୦୧୧-୨୪୬୧୦୮୪୩ ଓ ୯୬୫୦୩୯୧୮୫୯ ନମ୍ବରରେ ସମ୍ପର୍କ କରି ନିଜ ସମ୍ପର୍କୀୟଙ୍କ ବିଷୟରେ ସୂଚନା ପାଇପାରିବେ ପରିବାର ଓ ପରିଜନ ।  ସେପଟେ ଜରୁରୀକାଳୀନ ସେବା ଏବଂ ସୂଚନା ପାଇଁ ଅହମ୍ମଦାବାଦ ସିଟି ପୁଲିସ ମଧ୍ୟ ହେଲ୍ପଲାଇନ୍ ନମ୍ବର ୦୭୯୨୫୬୨୦୩୫୯ ଜାରି କରିଛି ।

ହି ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକଟ କରିଛନ୍ତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଃଖପ୍ରକାଶ କରିବା ସହ ପୀଡ଼ିତମାନଙ୍କ ପ୍ରତି ସେ ସମବେଦନା ଜ୍ଞାପନ କରିଛନ୍ତି ଓ ଦେଶ ତାଙ୍କ ପଛରେ ଛିଡ଼ାହୋଇଛି ବୋଲି କହିଛନ୍ତି ।   ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି। ଏହି ଦୁଃଖଦ ଘଟଣା ନେଇ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ନେତାଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking