28.1 C
Bhubaneswar
Saturday, June 14, 2025
Homeଦେଶ ବିଦେଶକେରଳରେ ଭୟଙ୍କର ଭୂସ୍ଖଳନ ; ମୃତ୍ୟୁ ସଂଖ୍ୟା ୧୪୮ ଟପିଲା

କେରଳରେ ଭୟଙ୍କର ଭୂସ୍ଖଳନ ; ମୃତ୍ୟୁ ସଂଖ୍ୟା ୧୪୮ ଟପିଲା

କେରଳ : କେରଳରେ ଭୟଙ୍କର ଭୂସ୍ଖଳନ । ମଙ୍ଗଳବାର ସକାଳେ କେରଳର ୱାୟାନାଡ ଜିଲ୍ଲାର ମେପ୍ପାଡି ନିକଟ ପାହାଡ ଅଞ୍ଚଳରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଥିଲା । ଏହାସହ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ୱାୟନାଡ଼ର ମେପାଡ଼ି ପାହାଡ଼ ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ୧୪୮ ଟପିଛି। ଏହା ବ୍ୟତୀତ ଶହ ଶହ ଲୋକ ଫସି ରହିଛନ୍ତି, ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଦ୍ରୁତ ଗତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଏହି ଅଞ୍ଚଳର ସବୁ ସ୍ଥାନରେ ଯେଉଁ ଦେଖିବ ଖାଲି ପାଣି ଆଉ ପାଣି ଓ ସବୁଠି ପ୍ରକୃତିର ତାଣ୍ଡବଲୀଳା ଦେଖିବାକୁ ମିଳୁଛି । ରାଜ୍ୟରୁ କେନ୍ଦ୍ର ପର୍ଯ୍ୟନ୍ତ ସମସ୍ତେ ଆଲର୍ଟ ମୋଡରେ ଅଛନ୍ତି । କେରଳ ସରକାର ମଙ୍ଗଳବାର ଓ ବୁଧବାର ରାଜ୍ୟରେ ସରକାରୀ ଶୋକ ଘୋଷଣା କରିଛନ୍ତି। ୱାୟନାଡ଼ର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଗୋଟିଏ ନୁହେଁ, ତିନି ତିନିଟି ଭୂସ୍ଖଳନ ଯୋଗୁଁ ସବୁକିଛି ନିଶ୍ଚିହ୍ନ ହୋଇଯାଇଛି। ଆଉ ଭୂସ୍ଖଳନ ସ୍ଥଳରୁ ସାମ୍ନାକୁ ଆସୁଛି ଗୋଟିକ ପରେ ଗୋଟିଏ ଭୟଙ୍କର, ଛାତି ଥରାଇ ଦେଲା ଭଳି ଦୃଶ୍ୟ। ମାଟିରେ ମିଶିଯାଇଛି ବିସ୍ତୀର୍ଣ୍ଣ ଜନବସତି। ଧୋଇ ଯାଇଛି ରାସ୍ତାଘାଟ। ଛିନ ଛତର ରେଳ ଧାରଣା। ଭୂସ୍ଖଳନ ବିପର୍ଯ୍ୟୟ ପରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସ୍କ୍ୟୁ ଅପରେସନ।ଦେବଦୂତ ସାଜି ଅନେକଙ୍କୁ ବିପର୍ଯ୍ୟୟରୁ ଉଦ୍ଧାର କରିଛନ୍ତି ସେନା ଯବାନ। ଉଦ୍ଧାର କାର୍ଯ୍ୟରେ ଜି ଜାନ୍ ଲଗାଇ ମୃତ୍ୟୁ ମୁଖରୁ ଜୀବନ ଫେରାଇ ଆଣିବା ପାଇଁ ଲାଗି ପଡ଼ିଛନ୍ତି କେରଳ ରାଜ୍ୟ ବିପର୍ଯ୍ୟୟ ଓ ପ୍ରଶମନ ବିଭାଗ ଏବଂ ଏନଡିଆରଏଫ୍ ଟିମ୍। ଅସ୍ଥାୟୀ ପୋଲ ତିଆରି କରି ବର୍ତ୍ତମାନ ସୁଦ୍ଧା ୧୦୦୦ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନାକୁ ସ୍ଥାନାନ୍ତର କରାଗଲାଣି। ତେବେ ରେସକ୍ୟୁ ଅପରେସନରେ ପ୍ରତିବନ୍ଧକ ସାଜିଛି ଲଗାଣ ବର୍ଷା ଓ ପ୍ରତିକୂଳ ପରିସ୍ଥିତି। ସେପଟେ ବିପର୍ଯ୍ୟୟ ପ୍ରସଙ୍ଗରେ କେରଳ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ସହ ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking