ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ମାରକାପୁରମରେ ବସରେ ନିଆଁ ଲାଗି ଜୀଅନ୍ତା ଜଳିଗଲେ ଯାତ୍ରୀ । ରାଇଭରମ ନିକଟସ୍ଥ କାଠ ଖଣି ନିକଟରେ ଏହି ଭୟଙ୍କର ସଡକ ଦୁର୍ଘଟଣା ହୋଇଛି । ଏକ ପଥର ବୋଝେଇ ଟ୍ରକ, ଘରୋଇ ଟ୍ରାଭେଲ ବସ ମଧ୍ୟରେ ଧକ୍କା ହେବା ପରେ ବସରେ ନିଆଁ ଲାଗି ଯାଇଥିଲା । ବସ ସଂପୂର୍ଣ୍ଣ ଭାବରେ ଜଳିଯାଇଥିବା ବେଳେ ଏଥିରେ ଥିବା ୧୪ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି । ପ୍ରାରମ୍ଭିକ ସୂଚନା ଅନୁଯାୟୀ, ବସରେ ପ୍ରାୟ ୪୦ ଜଣ ଯାତ୍ରୀଥିଲେ । ୧୮ ଜଣ ଯାତ୍ରୀଙ୍କୁ ଆହତ ଅବସ୍ଥାରେ ଭିଜିଲାନ୍ସ ଜାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଉଭୟ ବସ ଏବଂ ଟ୍ରକ ସଂପୂର୍ଣ୍ଣ ଭାବରେ ଜଳିଯାଇଥିବା ଜଣାପଡିଛି । ବସରେ ନିଆଁ ଏତେ ଜୋରରେ ବ୍ୟାପିଥିଲା ଯେ, ପଛପଟେ ଥିବା ଯାତ୍ରୀମାନଙ୍କୁ ବାହାରକୁ ବାହାରିବାର ଉପାୟ ମିଳିନଥିଲା । ଦୁର୍ଘଟଣା ସଂପର୍କରେ ସୂଚନା ପାଇଁ ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ମଧ୍ୟ ଉଦ୍ଧାର କରିଥିଲେ । ଦୁର୍ଘଟଣା ଏମିତି ହୋଇଛି ଯେ, ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ଯେଉଁମାନେ ବି ଗୁରୁତର ଅବସ୍ଥାରେ ମେଡକାଲରେ ଭର୍ତ୍ତି ହୋଇଛନ୍ତି ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଅନେକ ଯାତ୍ରୀଙ୍କ ଜଳି ମୃତ୍ୟୁ ଖବର ଶୁଣି ସେ ଗଭୀର ଦୁଃଖିତ। ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କ ସହ କଥା ହୋଇଛନ୍ତି, ପରିସ୍ଥିତି ସମୀକ୍ଷା କରିଛନ୍ତି ଏବଂ ଆହତ ଯାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଥିବା ଚିକିତ୍ସା ଯାଞ୍ଚ କରିଛନ୍ତି। ଦୁର୍ଘଟଣାର କାରଣ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।










