24.1 C
Bhubaneswar
Friday, February 13, 2026
Homeଓଡିଶାଶ୍ରୀମନ୍ଦିର : ୪ ଘଣ୍ଟା ବନ୍ଦ ରହିଲା ଦର୍ଶନ

ଶ୍ରୀମନ୍ଦିର : ୪ ଘଣ୍ଟା ବନ୍ଦ ରହିଲା ଦର୍ଶନ

ପୁରୀ: ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ନୀତି ସଂପନ୍ନ ହୋଇଛି। ଏଥିପାଇଁ ସୋମବାର ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା। ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କୁ ଅଳଙ୍କାର ଲାଗି ପୂର୍ବକ ଶ୍ରୀକୃଷ୍ଣ ଜନ୍ମନୀତି ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୭ରୁ ରାତି ୧୧ଟା ପର୍ଯ୍ୟନ୍ତ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ରାତି ୧୧ଟା ପରେ ବିଳମ୍ବିତ ରାତିରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭିଡ଼ ଲଗାଇଥିଲେ। ଆସନ୍ତାକାଲି ନନ୍ଦୋତ୍ସବ ଥିବାରୁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି।
ବିଧି ମୁତାବକ, ଶୁଦ୍ଧସୁଆର ସେବକ ଭଣ୍ଡାରଘର ଦ୍ୱାର ଆଗରେ ପୋଛା ମାରିବା ପରେ ପୂଜାପଣ୍ଡା ସେବକ ପଞ୍ଚବର୍ଣ୍ଣ ମୁରୁଜରେ ସର୍ବତ୍ର ଭଦ୍ରମଣ୍ଡଳ ଆଙ୍କିଥିଲେ। ପୋଖରିଆ ଭିତରେ ପାଣି ପଡ଼ି ଧୋପଖାଳ ହୋଇଥିଲା। ଭଦ୍ରମଣ୍ଡଳ ପାଖରେ ପୂଜା ଠା’ ବସିଥିଲା। ପୂଜାପଣ୍ଡା ସେବକ ଶ୍ରୀକୃଷ୍ଣ ଜନ୍ମପଟିକୁ ପଦ୍ମ ପାଖୁଡ଼ାମଣ୍ଡଳ ଉପରେ ରଖିଥିଲେ। ପଦ୍ମପାଖୁଡାରେ ନଅମୂର୍ତ୍ତି ଯଥା, ଦେବକୀ, ବସୁଦେବ, ନନ୍ଦ, ଯଶୋଦା, ଲକ୍ଷ୍ମୀ, ଉଗ୍ରସେନ, ବଳଭଦ୍ର, ଗାର୍ଗ ଋଷି, ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତି ଅଙ୍କାଯାଇଥିଲା। ସୁବର୍ଣ୍ଣର ମୂର୍ତ୍ତିକୁ ମଣ୍ଡଳ ଉପରେ ବିଜେ କରାଯିବା ସହ ଚକଡ଼ା ଛାମୁରେ ୯ଟି ପନ୍ତିଭୋଗ ବଢ଼ା ଯାଇଥିଲା। ଫୁଲମାଳ ଓ ଚନ୍ଦନ ଲାଗି ହେବା ପରେ ଦକ୍ଷିଣି ଘରୁ ମଦନମୋହନ ସିଂହାସନ ଉପରକୁ ବିଜେ କରିଥିଲେ। ମହାପ୍ରଭୁଙ୍କ ବାଡ଼ରୁ ମୁଦିରସ୍ତ ମଦନମୋହନଙ୍କୁ ଧଣ୍ଡିପ୍ରସାଦ ଆଜ୍ଞାମାଳ ଦେବା ପରେ ମହାଜନ ମଦନମୋହନଙ୍କୁ ହାତରେ ଧରି ଜନ୍ମଚକଡ଼ାକୁ ବିଜେ କରାଇଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking