ଭୁବନେଶ୍ୱର: ପ୍ରଚଣ୍ଡ ଖରା ଯୋଗୁ ଭୀଷଣ ଗରମ ଆଉ ଗୁଳୁଗୁଳି ଅସହ୍ୟ ହେବ। ଆସନ୍ତା ଶୁକ୍ରବାର ଯାଏ ଏଭଳି ତାତି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।ଆଜି ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ । ଟିଟିଲାଗଡ଼, ବଲାଙ୍ଗୀର ଓ ଝାରସୁ ଝାରସୁଗୁଡ଼ାରେ ଦିନ ତାପମାତ୍ରା ୪୩ ଡିଗ୍ରୀ ଛୁଇଁପାରେ। ବରଗଡ଼ରେ ୪୨ ଓ ବୌଦ୍ଧରେ ୪୧ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ‘ହିଟ୍ ଓ୍ବେଭ୍’ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୬ ଦିନ ଖରାରେ ସିଝିବ ସାରା ଓଡ଼ିଶା। ପଣା ସଂକ୍ରାନ୍ତି ଠାରୁ ବଢ଼ିବ ତାତିର ପ୍ରକୋପ । ହିଟ୍ ଓ୍ବେଭ ଏବଂ ଅଶୁଂଘାତ ଜନିତ ବିପଦରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ସତର୍କ ରହିବା ପାଇଁ ଅପିଲ୍ କରାଯାଇଛି।










