32.1 C
Bhubaneswar
Wednesday, March 11, 2026
Homeଓଡିଶାରାଜ୍ୟରେ ତାପମାତ୍ରା ବୃଦ୍ଧି!

ରାଜ୍ୟରେ ତାପମାତ୍ରା ବୃଦ୍ଧି!

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଜିଲାଗୁଡିକରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଝାରସୁଗୁଡ଼ା ଜିଲାରେ ଦିନ ତାପମାତ୍ରା ୪୦ ଡିଗ୍ରୀ ମୁହାଁ ହେଲାଣି। ଗତ ୨୪ଘଣ୍ଟା ମଧ୍ୟରେ ଏଠାରେ ଦିନ ତାପମାତ୍ରା ୩୯.୨ ଡିଗ୍ରୀ ଛୁଇଁଛି। କିନ୍ତୁ ଉପକୂଳବର୍ତ୍ତୀ ଜିଲାଗୁଡିକରେ ତାପମାତ୍ରା ବିଶେଷ ବୃଦ୍ଧି ପାଇନାହିଁ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ଘଣ୍ଟା ପରେ ରାଜ୍ୟର ସର୍ବାଧିକ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକ ଜିଲାର କିଛି ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହିତ ବର୍ଷା ହେବା ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ଉପରୋକ୍ତ ଜିଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking