ସୁନ୍ଦରଗଡ଼: ତେଲେନଡ଼ିହି ଖଣି ଚୋରି ମାମଲାରେ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଚୋରା କୋଇଲା ଖଣିରୁ କୋଲ ୱାସେରିକୁ ଯାଉଥିଲା କି କୋଇଲା ସୁନ୍ଦରଗଡ଼ ଜିଲ୍ଲାପାଳ ସୁନ୍ଦରଗଡ଼ ଉପଜିଲାପାଳ, ଖଣି ଉପନିର୍ଦ୍ଦେଶକ ଓ ହେମଗିରି ତହସିଲଦାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ତିନି ଦିନ ମଧ୍ୟରେ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେଲେନଡ଼ିହିର ବିଶାଳ ଚୋରା ଖଣିରୁ କୋଇଲା ଚାଲାଣ ହେଉଥିଲା। କୋଲ ୱାସେରି ଓ କୋଲ ଡିପୋମାନଙ୍କୁ ଚୋରା କୋଇଲା ଯାଉଥିବା ସନ୍ଦେହ ଉପୁଜିଛି। ଅଞ୍ଚଳର ସମସ୍ତ କୋଲ ୱାସେରି ଓ କୋଲ ଡିପୋକୁ ଯାଞ୍ଚ କରିବା ସହ ଷ୍ଟକର ହିସାବ ନେବା ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯଦି ହିସାବରୁ ଅଧିକ କୋଇଲା ବାହାରିଲା, ତାହାଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ।