21.1 C
Bhubaneswar
Monday, January 12, 2026
Homeଓଡିଶାଖଣ୍ଡାୟତ ଜାତିକୁ କେନ୍ଦ୍ରୀୟ ଓବିସିରେ ସାମିଲ କରିବାକୁ ଦାବି କଲେ ତେଜେଶ୍ୱର ପରିଡ଼ା

ଖଣ୍ଡାୟତ ଜାତିକୁ କେନ୍ଦ୍ରୀୟ ଓବିସିରେ ସାମିଲ କରିବାକୁ ଦାବି କଲେ ତେଜେଶ୍ୱର ପରିଡ଼ା

ଭୁବନେଶ୍ୱର: ଖଣ୍ଡାୟତ ଜାତିକୁ କେନ୍ଦ୍ରୀୟ ଓବିସିରେ ସାମିଲ କରିବାକୁ ଦାବି କଲେ ତେଜେଶ୍ୱର ପରିଡ଼ା। ଜାତୀୟ ପଛୁଆ ବର୍ଗ କମିଶନର ଅଧ୍ୟକ୍ଷ ହଂସରାଜ ଗଙ୍ଗାରାମ ଅହିର, କମିଶନ ସଦସ୍ୟ ଭୁବନ ଭୂଷଣ କମଲ ଏବଂ କମିଶନଙ୍କ ସଚିବ ମୀତା ରାଜୀଭ ଲୋଚନଙ୍କୁ ଆଜି ଭୁବନେଶ୍ୱର ବିମାନବନ୍ଦରରେ ସ୍ୱାଗତ କରିବା ସହ ରାଜ୍ୟ ଅତିଥି ଭବନରେ ଭେଟି ‘ଖଣ୍ଡାୟାତ’ ଜାତି ଯାହା ବର୍ତ୍ତମାନ ଓଡ଼ିଶା ରାଜ୍ୟରେ ଓବିସି ବର୍ଗରେ ଅନ୍ତର୍ଭୁକ୍ତ କିନ୍ତୁ ଜାତୀୟସ୍ତରରେ ଓବିସି ଲିଷ୍ଟରେ ନାହିଁ, ସେହି ‘ଖଣ୍ଡାୟତ’ଜାତିକୁ ଓବିସି ଲିଷ୍ଟ୍‌ରେ ସାମିଲ କରିବା ପାଇଁ ଦୃଢ଼ ଦାବି ଉପସ୍ଥାପନ କରିଥିଲେ। ମୋ ସହ ‘ଖଣ୍ଡାୟତ’ ଜାତିର ଅନେକ ବରିଷ୍ଠ ବ୍ୟକ୍ତିବିଶେଷ ତଥା ବୁଦ୍ଧିଜୀବୀମାନେ ଆଜିର ଜାତୀୟ ପଛୁଆ ବର୍ଗ କମିଶନର ଜନଶୁଣାଣୀରେ ସାମିଲ ହୋଇ ସାରା ରାଜ୍ୟର ସମସ୍ତ ‘ଖଣ୍ଡାୟତ’ ଜାତିର ଭାଇଭଉଣୀମାନଙ୍କର ଦୀର୍ଘ ଦିନର ଦାବିକୁ ଅତି ଦୃଢ଼ ଭାବେ ଉପସ୍ଥାପନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking