32.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶଟ୍ରେନ୍ ଟ୍ରାକ୍ରୁ ମିଳିଲା ଲୁହ ଛଡ଼

ଟ୍ରେନ୍ ଟ୍ରାକ୍ରୁ ମିଳିଲା ଲୁହ ଛଡ଼

ମଧ୍ୟପ୍ରଦେଶ : ଟ୍ରେନ୍ ଦୁର୍ଘଟଣା ଘଟାଇବାକୁ ବାରମ୍ବାର ଷଡ଼ଯନ୍ତ୍ର ରଚୁଛନ୍ତି ଦୁର୍ବୃତ୍ତ । କେତେବେଳେ ଟ୍ରାକ୍ରୁ ଗ୍ୟାସ୍ ସିଲିଣ୍ଡର ମିଳୁଛି ତ ଆଉ କେତେବେଳେ ବଡ଼ ବଡ଼ ପଥର ଓ ଗଦା ଗାଦା ବାଲି। ଏବେ ରେଲଓ୍ୱେ ଟ୍ରାକ୍ରୁ ମିଳିଛି ଲୁହା ଛଡ଼ ଓ ସିମେଣ୍ଟ। ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି ଏଭଳି କିଛି ଦୃଶ୍ୟ। ମଙ୍ଗଳବାର ଗ୍ୱାଲିଅରର ରେଳ ଟ୍ରାକ୍ ଉପରେ ଏକ ବଡ଼ ଲୁହା ଛଡ଼ ରଖାଯାଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଗ୍ୱାଲିଅରର ବିର୍ଲାନଗର ଷ୍ଟେସନ ନିକଟରେ ଥିବା ମାଲବାହି ଟ୍ରେନ୍ ଟ୍ରାକରେ ଲୁହା ରଡ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ଏହି ସମୟରେ ଟ୍ରାକରେ ଏକ ମାଲଗାଡ଼ି ଆସୁଥିଲା। ସତର୍କତା ସହ ଦୁର୍ଘଟଣା ଘଟିବା ପୂର୍ବରୁ ଡ୍ରାଇଭର ଟ୍ରେନକୁ ଅଟକାଇ ଦେଇଥିଲେ। ଫଳର ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା ଟ୍ରେନ୍। ଆରପିଏଫ ଏବଂ ଜିଆରପି ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ନିକଟସ୍ଥ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଇଛି। ତେବେ କିଏ ଏଭଳି ଷଡ଼ଯନ୍ତ୍ର ରଚିଥିଲା ସେ ନେଇ ବର୍ତ୍ତମାନ ସୁଦ୍ଧା ପୁଲିସ କୌଣସି ସୁରାଗ ପାଇନାହିଁ। ସେହିଭଳି ଉତ୍ତରପ୍ରଦେଶରେ ମଧ୍ୟ ପୁଣି ଥରେ ଟ୍ରେନ୍ ଦୁର୍ଘଟଣା ଘଟାଇବାକୁ ଷଡ଼ଯନ୍ତ୍ର ରଚାଯାଇଥିବା ମାମଲା ସାମ୍ନାକୁ ଆସିଛି। ରାଏବରେଲିରେ ଏକ ମାଲବାହି ଟ୍ରେନ୍ ସିମେଣ୍ଟ ସ୍ଲିପର୍ ସହ ଧକ୍କା ହୋଇଛି। ତେବେ କୌଣସି ବଡ଼ ଦୁର୍ଘଟଣା ଘଟିନାହିଁ। ସନ୍ଦେହ କରାଯାଉଛି ଯେ ଚାଷ ଜମିରେ ରଖାଯାଇଥିବା ତିନୋଟି ସିମେଣ୍ଟ ସ୍ଲିପରକୁ ଟାଣି ଟ୍ରାକ୍ରେ ଜାଣିଶୁଣି ରଖାଯାଇଥିଲା। ବିଳମ୍ବିତ ରାତିରେ ଘଟିଥିବା ଏହି ଦୁର୍ଘଟଣା ପରେ ଗୁଡ୍ସ୍ ଟ୍ରେନ୍ ପ୍ରାୟ ୧୫ ମିନିଟ୍ କାଳ ଟ୍ରେକରେ ଅଟକି ରହିଥିଲା।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking