ଭୁବନେଶ୍ୱର: ଭୁବନେଶ୍ୱରରୁ ଦେଢ ବର୍ଷର ଛୁଆ ନିଖୋଜ ଘଟଣାରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି । କହିଛନ୍ତି , ଖୁବଶୀଘ୍ର ନିଖୋଜ ଛୁଆକୁ ଉଦ୍ଧାର କରାଯିବ । ଛୁଆକୁ ଖୋଜିବାକୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଅପହରଣ ମାମଲା ରୁଜୁ କରି ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି । ରବିବାର ଭୋର ୩ଟାରେ ଦୃଷ୍ଟିବାଧିତା ମା କୋଳରୁ ପିଲା ଚୋରି ହୋଇଛନ୍ତି । ରାମ ମନ୍ଦିର ସାମ୍ନାରୁ ଦୁବୃତ୍ତ ଦେଢ ବର୍ଷର ପୁଅକୁ ନେଇ ଯାଇଛନ୍ତି । ଖାରବେଳ ନଗର ଥାନାରେ ଏତଲା ପରେ ଜାରି ରହିଛି ତନାଘନା ।