ଭୁବନେଶ୍ୱର: କନିଷ୍ଠ ଶିକ୍ଷକଙ୍କ ଆନ୍ଦୋଳନରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବୟାନ ରଖିଛନ୍ତି । କହିଛନ୍ତି, ଶିକ୍ଷକଙ୍କ ପାଇଁ ବହୁ ପଦକ୍ଷେପ ନେଇଛନ୍ତି ସରକାର । କନିଷ୍ଠ ଶିକ୍ଷକଙ୍କ ଦରମା ୫ ହଜାର ବୃଦ୍ଧି କରିଛୁ । ଏବେ ଶିକ୍ଷକମାନେ ଆନ୍ଦୋଳନ କରନ୍ତୁନି । ଦରମା ବୃ୍ଦ୍ଧି ଦାବିରେ ମାନ୍ତନ୍ତୁନି ଶିକ୍ଷକ । ସରକାର ସଚେତନ, ଆବଶ୍ୟକ ସମୟରେ ନିଷ୍ପତ୍ତି ନିଆଯିବ । ସ୍କୁଲରେ ତାଲାପକାଇବା ଧମକ ଦେବା ଉଚିତ ନୁହେଁ ।