30.1 C
Bhubaneswar
Friday, March 20, 2026
Homeଦେଶ ବିଦେଶହୋମୱାର୍କ କରି ନଥିବାରୁ ରାଗି ଗଲେ ଶିକ୍ଷକ; ଶେଷରେ କ’ଣ ହେଲା ଜାଣନ୍ତୁ....

ହୋମୱାର୍କ କରି ନଥିବାରୁ ରାଗି ଗଲେ ଶିକ୍ଷକ; ଶେଷରେ କ’ଣ ହେଲା ଜାଣନ୍ତୁ….

ପାଟନା : ମାଆ, ପିତା ଓ ଗୁରୁଙ୍କୁ ଭଗବାନଙ୍କ ମାନ୍ୟତା ଦିଆଯାଇ ଥାଏ। ହେଲେ ଅନେକ ଥର ଦେଖାଯାଏ କି ଗୁରୁ ନିଜେ ହିଁ ନିଜର ଗାରିମା ଭଙ୍ଗ କରି ଦେଇ ଥାନ୍ତି। ବିହାରର ଅରୱଲରୁ ଏମିତି ହିଁ ଏକ ମାମଲା ସାମ୍ନାକୁ ଆସିଛି। ଜିଲ୍ଲାରେ ଥିବା ହିମାଳୟନ ଆବାସୀୟ ବିଦ୍ୟାଳୟ ଉମେରାବାଦରେ ୫ମ କ୍ଲାସର ଜଣେ ଛାତ୍ରଙ୍କୁ, ଶିକ୍ଷକ ଏମିତି ମାଡ଼ ମାରିଲେ ଯେ, ତାଙ୍କ ଆଖିର ଦୃଷ୍ଟିଶକ୍ତି ଚାଲିଗଲା। ଅଭିଯୋଗ ମୁତାବିକ, ଶିକ୍ଷକ ଛାତ୍ରଙ୍କୁ ବାଡ଼ିରେ ଏମିତି ପିଟିଲେ ଯେ, ତାଙ୍କର ଏକ ଆଖିର ଦୃଷ୍ଟିଶକ୍ତି ଚାଲିଗଲା। ପୂରା ମାମଲାରେ ପିଲାର ଅଭିଭାବକ ପ୍ରଥମେ ସ୍କୁଲରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସରେ ଯାଇ ମାମଲା ରୁଜୁ କରାଇ ଥିଲେ। ସୂଚନା ଅନୁସାରେ , ପୀଡ଼ିତ ଛାତ୍ରଙ୍କ ନାଁ ଅମୃତ ରାଜ।

ଗତ ଦିନରେ ସେ ଅସୁସ୍ଥ ଥିଲେ। ଏହି କାରଣରୁ ସେ ସ୍କୁଲ ଯାଇ ପାରୁ ନଥିଲେ। ଏହି ସମୟରେ କ୍ଲାସରେ ଦିଆ ଯାଇଥିବା ହୋମୱାର୍କ ବିଷୟର ସେ ଜାଣି ପାରି ନଥିଲେ ଏବଂ ସେ ଏହାକୁ ଶେଷ କରି ନଥିଲେ।ପରିଜନଙ୍କ ପକ୍ଷରୁ ପୋଲିସକୁ ଦିଆଯାଇ ଥିବା ଅଭିଯୋଗରେ କୁହାଯାଇଛି ଯେ, ହୋମୱାର୍କ ଶେଷ ହୋଇ ନଥିବା କାରଣରୁ , କ୍ଲାସ୍‌?ର ଟିଚର ବାଡ଼ିରେ ପିଟିବା ଆରମ୍ଭ କରିଦେଇ ଥିଲେ। ପିଟିବା କାରଣରୁ ତାଙ୍କ ଆଖିରେ ଆଘାତ ଲାଗିଥିଲା। ଏହି ସ୍ଥିତିରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇ ଥିଲା। ହେଲେ ଡାକ୍ତରମାନେ ତାଙ୍କୁ ପାଟନା ରେଫର କରି ଦେଲେ। ଏମିତିରେ ତାଙ୍କର ଚିକିତ୍ସା ଆଇଜିଏମଏସ ପାଟଣାରେ ନେତ୍ର ବିଭାଗରେ କରାଯାଇଛି। ପାଟନାର ଡାକ୍ତରମାନେ କହିଛନ୍ତି , ଲୋ ଭିଜନ ଓ ରେଟିନାରେ ସମସ୍ୟା ହୋଇଛି। ଆଖିରେ ଜୋରରେ ଆଘାତ ଲାଗିଛି। ସହଶିକ୍ଷକ ପ୍ରିନ୍ସ କୁମାରଙ୍କ ଉପରେ ପିଲାକୁ ମାଡ଼ ମାରିବାର ଅଭିଯୋଗ ହୋଇଛି। ଏହି ମାମଲାରେ ସଦର ଥାନାରେ ସ୍କୁଲର ଟିଚର ଓ ପ୍ରିନ୍ସିପାଲଙ୍କ ବିରୋଧରେ କେସ୍ ରୁଜୁ କରାଯାଇ ମାମଲାର ଯାଞ୍ଜ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking