17.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶସରକାରୀ ସ୍କୁଲରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କଲେ ଶିକ୍ଷକ

ସରକାରୀ ସ୍କୁଲରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କଲେ ଶିକ୍ଷକ

ତାମିଲନାଡୁ: ପୁଣି ଏକ ଲଜ୍ଜା। ସରକାରୀ ସ୍କୁଲରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କଲେ ଶିକ୍ଷକ। ହାଇସ୍କୁଲର ୧୩ ବର୍ଷୀୟ ନାବାଳିକାକୁ ସ୍କୁଲ ପରିସର ଭିତରେ ବଳାତ୍କାର କଲେ ଶିକ୍ଷକ। ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ମଧ୍ୟ ଶିକ୍ଷକମାନଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୀଡିତାଙ୍କ ପରିବାର ମଧ୍ୟ ମହିଳା ପୋଲିସ ଷ୍ଟେସନରେ ଅଭିଯୋଗ କରିବା ସହ, ଶିଶୁ ସୁରକ୍ଷା ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଜି କାଲି ଦୁଷ୍କର୍ମ, ହତ୍ୟା, ଅପରାଧ ଭଳି ଘଟଣା ପ୍ରତି ମିନିଟରେ ଘଟୁଛି। କିଏ ନିଜ ଘରେ ନିର୍ଯ୍ୟାତନାର ଶିକାର ହେଉଛି ତ ଆଉ କିଏ ନିଜ କାର୍ଯ୍ୟାଳୟରେ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନାବାଳିକାଙ୍କୁ ଯୌନ ନିର୍ଯ୍ୟାତନା ଘଟଣା ଏବେ ବୃଦ୍ଧି ପାଇବାରେ ଲାଗିଛି। ଠିକ୍ ସେହିପରି ଏକ ମାମଲା ଏବେ ସାମ୍ନାକୁ ଆସିଛି।

ତାମିଲନାଡୁର କୃଷ୍ଣଗିରି ଜିଲ୍ଲାର ଏକ ସରକାରୀ ସ୍କୁଲରେ ୧୩ ବର୍ଷୀୟ ନାବାଳିକା ଝିଅକୁ ଗଣଦୁଷ୍କର୍ମ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ହେଲେ ଆଶ୍ଚର୍ଯ୍ୟକର କଥା ଏହା କି ଗଣଦୁଷ୍କର୍ମ କରିଛନ୍ତି ସେହି ସ୍କୁଲର ୩ ଜଣ ଶିକ୍ଷକ। ତେବେ ଏହି ଘଟଣାଟି ଜାନୁଆରୀ ମାସରୁ ଘଟିଲାଣି। ପୀଡିତା ଜଣଙ୍କ ଜାନୁଆରୀ ୩ ତାରିଖରୁ ଆଉ ସ୍କୁଲ ଯାଉନଥିଲେ। କିଛି ଦିନ ଧରି ଲଗାତାର ସ୍କୁଲ ବନ୍ଦ କରିବାରୁ। ସ୍କୁଲର ଅଧିକାରୀମାନେ ଯାଞ୍ଚ ପାଇଁ ତାଙ୍କ ପରିବାରକୁ ଖବର ଦେଇଥିଲେ। ପରେ ଜଣାପଡିଥିଲା କି ସେହି ସ୍କୁଲର ତିନିଜଣ ଶିକ୍ଷକ, ସ୍କୁଲ ପରିସର ଭିତରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ଯେଉଁଥିପାଇଁ ସେ ଆଉ ସ୍କୁଲ ଯାଉନଥିଲେ। ପରେ ଘଟଣା ସାମ୍ନାକୁ ଆସିବା ପରେ ସ୍କୁଲ ପକ୍ଷରୁ ଉକ୍ତ ଶିକ୍ଷକମାନଙ୍କ ଉପରେ ଆକ୍ସନ ନିଆଯାଇଛି।ଘଟଣା ପରେ ପୀଡିତାଙ୍କ ପିତାମାତା ପକ୍ଷରୁ ସ୍କୁଲ ମାର୍ଗଦର୍ଶିକା ଅନୁସାରେ ବରଗଡ ଅଲ ମହିଳା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ପରେ ଶିଶୁ ସୁରକ୍ଷା ଅଧିକାରୀଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ମଧ୍ୟ ଶିକ୍ଷକମାନଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking