17.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶସେଲଫି ନିଶାରେ ଭାସିଗଲେ ଶିକ୍ଷକ

ସେଲଫି ନିଶାରେ ଭାସିଗଲେ ଶିକ୍ଷକ

ରାଞ୍ଚି: ଝାଡ଼ଖଣ୍ଡରେ ଲଗାଣ ବର୍ଷା ଯୋଗୁଁ ସାଧାରଣ ଜନଜୀବନ ବ୍ୟାହତ ହୋଇଛି। ରାସ୍ତାଘାଟରେ ପାଣି ଭରିଯିିବାରୁ ଯାତାୟତରେ ମଧ୍ୟ ସମସ୍ୟା ଉପୁଜିଛି। ରାଞ୍ଚିରୁ ଷ୍ଟିଲ୍ ସିଟି ଜାମସେଦପୁର, ରାମଗଡ଼, ଲୋହରଦଗା, ଚତରା ପର୍ଯ୍ୟନ୍ତ ସବୁ ଜାଗାକୁ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଥିବାବେଳେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ନଦୀ ଏବଂ ଜଳପ୍ରପାତ ମଧ୍ୟ ବର୍ଷା ଜଳରେ ଭରିବାରେ ଲାଗିଛି। ଏହି ସମୟରେ, ଏକ ଅତ୍ୟନ୍ତ ଦୁଃଖଦ ଖବର ଆସିଛି। ଖରାପ ପାଗରେ ମଧ୍ୟ ଜୋନ୍ହା ଜଳପ୍ରପାତ ଦେଖିବାକୁ ଯାଇଥିବା ଡିପିଏସ୍ ରାଞ୍ଚିର ସଂଗୀତ ଶିକ୍ଷକ ମାଇକେଲ୍ ଘୋଷ ଭାସିଯାଇଥିବା ଜଣାଯାଇଛି। ସେଲ୍ଫି ନେବା ସମୟରେ ଗୋଡ଼ ଖସିବାରୁ ସେ ନଦୀରେ ଭାସି ଯାଇଥିବା ଜଣାଯାଇଛି। ଘଟଣାଟି ଗୁରୁବାର ଅପରାହ୍ନରେ ଘଟିଥିଲା ​​କିନ୍ତୁ ତାଙ୍କର ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking