ରାଉରକେଲା: ରେଳ ଷ୍ଟେସନ ସାମ୍ନାରେ ମର୍ଡର ଘଟଣାରେ ୫ ଗିରଫ । ୫ ଅଭିଯୁକ୍ତ ଗିରଫ ନେଇ ରାଉରକେଲା ଏସ୍ପିଙ୍କ ସୂଚନା । ପ୍ଲାଣ୍ଟ ସାଇଡ୍ ଥାନା ଅଞ୍ଚଳରେ ଚା’ ଦୋକାନୀକୁ ହତ୍ୟା କରାଯାଇଥିଲା । ୨ ଦିନ ତଳେ ଛୁରି ଭୁସି ନିର୍ମମ ହତ୍ୟା କରାଯାଇଥିଲା ।ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ ରାଉରକେଲାର ଜନଗହଳିପୂର୍ଣ୍ଣ ରେଳଷ୍ଟେସନ ନିକଟସ୍ଥ ଅମରଭବନ ସମ୍ମୁଖରେ ଚା’ ଦୋକାନୀଙ୍କୁ ଛୁରି ଭୁସି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ତିନି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଚା’ ଦୋକାନୀଙ୍କୁ ଆକ୍ରମଣ କରିଥିଲେ। ସ୍ଥାନୀୟ ଦୋକାନୀ ଅବିନାଶଙ୍କୁ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖି ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।










