15.1 C
Bhubaneswar
Saturday, December 13, 2025
Homeଓଡିଶାଟାଟା ଷ୍ଟିଲ କଳିଙ୍ଗନଗରରେ ଜାମସେଟଜୀ ନୁସରୱାନଜୀ ଟାଟାଙ୍କ ୧୮୬ତମ ଜୟନ୍ତୀ ପାଳିତ

ଟାଟା ଷ୍ଟିଲ କଳିଙ୍ଗନଗରରେ ଜାମସେଟଜୀ ନୁସରୱାନଜୀ ଟାଟାଙ୍କ ୧୮୬ତମ ଜୟନ୍ତୀ ପାଳିତ

ଯାଜପୁର : ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସକେ) ଓ ନୀଳାଚଳ ଇସ୍ପାତ ନିଗମ (ଏନ୍‌ଆଇଏନଏଲ୍‌) ମିଳିତ ଭାବେ ଟାଟା ଗ୍ରୁପର ପ୍ରତିଷ୍ଠାତା ଜାମସେଟଜୀ ନୁସରୱାନଜୀ ଟାଟାଙ୍କ ୧୮୬ତମ ଜୟନ୍ତୀ ସୋମବାର ଦିନ ପାଳନ କରିଛନ୍ତି। ଟାଟା ଷ୍ଟିଲ କଳିଙ୍ଗନଗର ଠାରେ ପ୍ରକଳ୍ପ କାର୍ଯ୍ୟାଳୟରୁ ଟିଏସକେ ସେଣ୍ଟରର କର୍ମଚାରୀମାନେ ଆନୁଷ୍ଠାନିକ ପରେଡ କରିଥିଲେ। ବରିଷ୍ଠ ନେତୃବୃନ୍ଦ, କର୍ମଚାରୀ ସଂଘ ପ୍ରତିନିଧି ଏବଂ କର୍ମଚାରୀମାନେ ଜେଏନ୍ ଟାଟାଙ୍କ ଚିରସ୍ଥାୟୀ ପରମ୍ପରାକୁ ସମ୍ମାନ ଜଣାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ପୁନର୍ବାସ ଓ ଥଇଥାନ କଲୋନୀ ଏବଂ କମ୍ପାନିର ହାଉସିଂ କଲୋନିରେ ସପ୍ତାହବ୍ୟାପୀ ଆୟୋଜିତ ଉତ୍ସବରେ ଟାଟା ପରିବାର ସଦସ୍ୟ ଏବଂ କର୍ମଚାରୀଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ଟୁର୍ଣ୍ଣାମେଣ୍ଟ ସମେତ ଅନେକ କ୍ରୀଡ଼ା ପ୍ରତିଯୋଗୀତା ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଗୋବରଘାଟି, ତ୍ରିଜଙ୍ଗା ଓ ସନସାଇଲୋର ୧୦୦୦ରୁ ଊର୍ଦ୍ଧ୍ୱ ଟାଟା ପରିବାର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଟାଟା ଷ୍ଟିଲ କଳିଙ୍ଗନଗର ଏବଂ ଫେରୋ ଆଲଏଜ୍ ପ୍ଲାଣ୍ଟ ବ୍ରାହ୍ମଣୀପାଳର ମିଳିତ ସହଯୋଗରେ ରେମାଳ ଡ୍ୟାମରେ ଏକ ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ୭୦ରୁ ଅଧିକ କର୍ମଚାରୀ ଏକ ବୃହତ ସଫେଇ ଅଭିଯାନରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ଏବଂ ଅଣ-ବାୟୋଡିଗ୍ରେଡେବଲ୍ ବର୍ଜ୍ୟବସ୍ତୁ କୁ ବ୍ୟବହାର ନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଏହି ସଫଳ ପ୍ରୟାସ ଫଳରେ ପାଖାପାଖି ଏକ କ୍ୱିଣ୍ଟାଲ ବର୍ଜ୍ୟବସ୍ତୁ ସଂଗ୍ରହ ହୋଇଥିଲା, ଯାହା ଡ୍ୟାମ୍ ଏବଂ ଏହାର ଆଖପାଖ ପରିବେଶ ପରିଚାଳନାରେ ଉଲ୍ଲେଖନୀୟ ଭୂମିକା ପ୍ରଦର୍ଶନ କରିଥିଲା । ଏହି ଅବସରରେ, ନୀଳାଚଳ ଇସ୍ପାତ ନିଗମର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଜେଏନ୍ ଟାଟାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏନଆଇଏନଏଲ୍ ଟାଉନସିପରେ ଆୟୋଜିତ କୁଇଜ୍ ପ୍ରତିଯୋଗିତା ଏବଂ ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମ ମାଧ୍ୟମରେ କର୍ମଚାରୀ ଓ ସେମାନଙ୍କ ପରିବାର ବର୍ଗ ଏଥିରେ ଅଂଶଗ୍ରହଣ କରିଥିଲେ। ଜାମସେତଜୀ ନୁସରୱାନଜୀ ଟାଟାଙ୍କୁ (ମାର୍ଚ୍ଚ ୩,୧୮୩୯ – ମେ ୧୯, ୧୯୦୪), ‘ଭାରତୀୟ ଶିଳ୍ପର ଜନକ’ ଭାବରେ ବିବେଚନା କରାଯାଏ। ଜାମସେତଜୀ ତାଙ୍କ ଦୂରଦର୍ଶୀ ଅବଦାନ ପାଇଁ, ଭାରତର ଇସ୍ପାତ, ଶିଳ୍ପ, ଶକ୍ତି, ଉନ୍ନତ ବୈଷୟିକ ଶିକ୍ଷା, ଦେଶର ଶିଳ୍ପାୟନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଦେଶକୁ ଆଗେଇ ନେଇଥିଲା। ଜାମସେତଜୀ ନାଗପୁରରେ ଏକ ଟେକ୍ସଟାଇଲ୍ ମିଲ୍ ମଧ୍ୟ ସ୍ଥାପନ କରିଥିଲେ। ୧୮୯୩ ମସିହାରେ ଜାମସେତଜୀ ଏକ ସିପିଂ ଲାଇନ – ଟାଟା ଲାଇନ ଆରମ୍ଭ କରିଥିଲେ। ସେ ୪ଟି ପ୍ରମୁଖ ପ୍ରକଳ୍ପ ପଛରେ ନିଜର ସମସ୍ତ ଶକ୍ତି ଓ ସାମର୍ଥ୍ୟ ଲଗାଇ ଦେଇଥିଲେ। ପରବର୍ତ୍ତୀ ସମୟରେ ଟାଟା ଷ୍ଟିଲ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏବଂ ଟାଟା ପାୱାର କମ୍ପାନି ଲିମିଟେଡ୍ ଆକାରରେ ତାଙ୍କର ସ୍ୱପ୍ନ ବାସ୍ତବରେ ପରିଣତ ହୋଇଥିଲା।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking