20.1 C
Bhubaneswar
Thursday, January 15, 2026
Homeଓଡିଶାଟାଟା ଷ୍ଟିଲ୍ କଳିଙ୍ଗନଗର ଏବଂ କଳିଙ୍ଗନଗର ପୋଲିସର ମିଳିତ ସଡ଼କ ସୁରକ୍ଷା ସଚେତନତା ଅଭିଯାନ

ଟାଟା ଷ୍ଟିଲ୍ କଳିଙ୍ଗନଗର ଏବଂ କଳିଙ୍ଗନଗର ପୋଲିସର ମିଳିତ ସଡ଼କ ସୁରକ୍ଷା ସଚେତନତା ଅଭିଯାନ

ଯାଜପୁର: ୩୭ତମ ଜାତୀୟ ସଡ଼କ ସୁରକ୍ଷା ମାସ ଅବସରରେ, ସୁରକ୍ଷିତ ଏବଂ ଦାୟିତ୍ୱସମ୍ପନ୍ନ ସଡ଼କ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇ, ଟାଟା ଷ୍ଟିଲ୍ କଳିଙ୍ଗନଗରର (ଟିଏସକେ) ସୁରକ୍ଷା ବିଭାଗ, କଳିଙ୍ଗନଗର ପୋଲିସ ସହଯୋଗରେ କଳିଙ୍ଗନଗରଠାରେ ଏକ ଦୁଇ ଦିନିଆ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆରମ୍ଭ ହୋଇଯାଇଛି।ଗୁରୁବାର ଦିନ ଡୁବୁରିସ୍ଥିତ ଟାଟା ଷ୍ଟିଲ୍ କଳିଙ୍ଗନଗରର ମୁଖ୍ୟ ଗେଟ୍ ନଂ-୧ ନିକଟରେ କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁପ୍ରସନ୍ନ ମଲ୍ଲିକ ଏବଂ କଳିଙ୍ଗନଗର ଥାନା ଆଇଆଇସି ପ୍ରକାଶ କୁମାର ସାହୁଙ୍କ ଉପସ୍ଥିତିରେ ଏହି ଅଭିଯାନ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଏହି ଅବସରରେ ଟାଟା ଷ୍ଟିଲ୍ କଳିଙ୍ଗନଗର ଏବଂ ଟାଟା ଷ୍ଟିଲ୍ ମେରାମଣ୍ଡଳୀର ମୁଖ୍ୟ ସୁରକ୍ଷା ଅଧିକାରୀ ପ୍ରକାଶ ସଞ୍ଜୟ ଏବଂ ଟାଟା ଷ୍ଟିଲ୍ କଳିଙ୍ଗନଗରର ମୁଖ୍ୟ ସୁରକ୍ଷା (ଅପରେସନ୍ସ) ରବି ଶଙ୍କର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।ଚଳିତ ବର୍ଷର ବିଷୟବସ୍ତୁ “ଏକ ରାସ୍ତା, ଏକ ପରିବାର – ସମସ୍ତଙ୍କ ପ୍ରତି ସମ୍ମାନ” ଉପରେ ଆଧାରିତ ଏହି ଅଭିଯାନର ଲକ୍ଷ୍ୟ ହେଉଛି ସମସ୍ତ ସଡ଼କ ବ୍ୟବହାରକାରୀଙ୍କ ସୁରକ୍ଷା ନିଶ୍ଚିତ କରିବାରେ ବ୍ୟକ୍ତିଗତ ଉତ୍ତରଦାୟିତ୍ୱ ଏବଂ ଅଂଶୀଦାର ଦାୟିତ୍ୱକୁ ଗୁରୁତ୍ୱ ଦେବା। ଏହି ଅଭିଯାନ ସମୟରେ ଚାଳକମାନଙ୍କୁ ସିଟ୍ ବେଲ୍ଟ ପିନ୍ଧିବାର ଗୁରୁତ୍ୱ ବିଷୟରେ ଅବଗତ କରାଯାଇଥିବାବେଳେ ଦୁଇଚକିଆ ଯାନ ଚାଳକ ଏବଂ ପଛରେ ବସୁଥିବା ବ୍ୟକ୍ତିଙ୍କୁ ସୁରକ୍ଷା ପାଇଁ ସବୁବେଳେ ହେଲମେଟ ପିନ୍ଧିବାକୁ ଉତ୍ସାହିତ କରାଯାଇଥିଲା।ଏହି ଅବସରରେ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ସତର୍କତା ସୂଚନା ଥିବା ଲିଫଲେଟ୍ ମଧ୍ୟ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ, ସଡ଼କ ସୁରକ୍ଷା ନିୟମ ପାଳନ କରିବାର ଗୁରୁତ୍ୱ ବିଷୟରେ ଶିକ୍ଷା ଦେବା ଉଦ୍ଦେଶ୍ୟରେ ସୁରକ୍ଷା ଏବଂ ଲଜିଷ୍ଟିକ୍ ବିଭାଗ ପକ୍ଷରୁ ଦୁଇଟି ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା।ମାସବ୍ୟାପୀ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ କଳିଙ୍ଗନଗର ବିଶେଷ କରି ଗତି ସୀମା ମାନିବା, ସିଟ୍ ବେଲ୍ଟ (ଆଗ ଏବଂ ପଛ) ବ୍ୟବହାର, ଗାଡ଼ି ଚଲାଇବା ସମୟରେ ମୋବାଇଲ୍ ବ୍ୟବହାର ନକରିବା, ଗାଡ଼ି ମଧ୍ୟରେ ସୁରକ୍ଷିତ ଦୂରତା ବଜାୟ ରଖିବା, ଲେନ୍ ଶୃଙ୍ଖଳା ଅନୁସରଣ କରିବା, ଗାଡ଼ିର ସଠିକ୍ ରକ୍ଷଣାବେକ୍ଷଣ ଏବଂ ଜରୁରୀକାଳୀନ ଯାନକୁ ବାଟ ଛାଡ଼ିବା ଭଳି ପ୍ରମୁଖ ଦିଗଗୁଡ଼ିକ ଉପରେ ସଚେତନତା ବୃଦ୍ଧି ଉପରେ ଧ୍ୟାନ ଦିଆଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking