23.1 C
Bhubaneswar
Sunday, March 22, 2026
Homeଓଡିଶାଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ପ୍ରମୁଖ ଭୂମିକା ନେଇଛି ଟାଟା ଷ୍ଟିଲ ଫାଉଣ୍ଡେସନର “ଜ୍ୟୋତି ଫେଲୋସିପ୍” କାର୍ଯ୍ୟକ୍ରମ

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ପ୍ରମୁଖ ଭୂମିକା ନେଇଛି ଟାଟା ଷ୍ଟିଲ ଫାଉଣ୍ଡେସନର “ଜ୍ୟୋତି ଫେଲୋସିପ୍” କାର୍ଯ୍ୟକ୍ରମ

ଯାଜପୁର : ଶିକ୍ଷା ସମାଜର ମାନଦଣ୍ଡ। ସମାଜକୁ ଉନ୍ନତ, ମହତ ଓ ପ୍ରଗତିଶୀଳ କରିବାରେ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଜୀବନକୁ ସୁସ୍ଥ, ସୁନ୍ଦର କରି ଗଢ଼ିତୋଳିବା ପାଇଁ ଶିକ୍ଷା ହିଁ ପଥପ୍ରଦର୍ଶକ ସାଜିଥାଏ । ଦେଶ ଓ ଜାତିର ସାମୂହିକ କଲ୍ୟାଣ ପାଇଁ ଶିକ୍ଷା ଏକ ଅମୋଘ ଅସ୍ତ୍ର ସଦୃଶ କାର୍ଯ୍ୟ କରେ। ଛାତ୍ରଛାତ୍ରୀମାନେ ହିଁ ସମାଜର ମେରୁଦଣ୍ଡ ଓ ଦେଶର ଭବିଷ୍ୟତ ନିର୍ମାତା।
ତେବେ ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳରେ ଅର୍ଥ ଅଭାବରୁ କୌଣସି ଅନୁସୂଚିତ ଜାତି (ଏସସି) ଏବଂ ଅନୁସୂଚିତ ଜନଜାତି (ଏସଟି) ଛାତ୍ରଛାତ୍ରୀ ଯେପରୀ ଶିକ୍ଷା ଗ୍ରହଣ କରିବାରୁ ବଞ୍ଚିତ ନ ହୁଅନ୍ତି ସେ ନେଇ ଟାଟା ଷ୍ଟିଲ ଫାଉଣ୍ଡେସନ ସବୁବେଳେ କାର୍ଯ୍ୟ କରିଆସୁଛି । ଏଥିପାଇଁ “ଜ୍ୟୋତି ଫେଲୋସିପ୍” ମେଧା ଭିତ୍ତିକ ବୃତ୍ତି କାର୍ଯ୍ୟକ୍ରମ ଚାଲୁଅଛି । ଜ୍ୟୋତି ଫେଲୋସିପ୍ ଦ୍ଵାରା ବର୍ତମାନ ସୁଧା ୪୨୫୩ ଜଣ ଏସସି ଏବଂ ଏସଟି ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି ।ଏହାର ମୁଖ୍ୟ ଉଦେଶ୍ୟ ହେଲା ଗ୍ରାମୀଣ ଓ ଦୁର୍ଗମ ଅଞ୍ଚଳର ମେଧାବୀ ଏସସି ଏବଂ ଏସଟି ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ କରିବା । ୨୦୨୩-୨୪ ଶିକ୍ଷାବର୍ଷରରେ କଳିଙ୍ଗନଗର ରୁ ୬୦୬ ଜଣ ଏବଂ ସୁକିନ୍ଦା ରୁ ୭୦୧ ଜଣ ମୋଟ ୧୩୦୭ ଜଣ ଏସସି ଏବଂ ଏସଟି ଛାତ୍ରଛାତ୍ରୀ ଜ୍ୟୋତି ଫେଲୋସିପ୍ ପାଇଥିଲେ। ଯେଉଁଥିରେ ୭୦ ପ୍ରତିଶତରୁ ଅଧିକ ଛାତ୍ରୀ ଥିଲେ, ଯାହା ଗ୍ରାମୀଣ ଏବଂ ଆଦିବାସୀ ସମ୍ପ୍ରଦାୟର ମହିଳାମାନଙ୍କ ପାଇଁ ଶିକ୍ଷାକୁ ଉପଲବ୍ଧ କରିବାର କାର୍ଯ୍ୟ ଫାଉଣ୍ଡେସନର ପ୍ରତିବଦ୍ଧତାକୁ ଦର୍ଶାଇଥାଏ । ପ୍ରତ୍ୟକ ବର୍ଷ ଏଥିରେ ଏସସି ଏବଂ ଏସଟି ପରିବାରର ହଜାର ହଜାର ଛାତ୍ରଛାତ୍ରୀ ଏହି ମେଧା ଭିତ୍ତିକ ବୃତ୍ତି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାର ସୁଯୋଗ ପାଇଛନ୍ତି । ଏଥିରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଶିକ୍ଷା ଓ କ୍ୟାରିୟର ଆକାଂକ୍ଷା ପୂରଣ ପାଇଁ ସଶକ୍ତ କରିବା କାର୍ଯ୍ୟ କରିଥାଏ। ଏହି ମେଧା ଭିତ୍ତିକ ବୃତ୍ତି ପରୀକ୍ଷାରେ ୫୯୮ ଜଣ ସ୍କୁଲ ଛାତ୍ରଛାତ୍ରୀ ଓ ୮୧ ଜଣ କଲେଜ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking