22.1 C
Bhubaneswar
Friday, February 13, 2026
Homeଓଡିଶାଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ସ୍ରୋତକୁ ଆଣୁଛି ଟାଟା ଷ୍ଟିଲ ଫାଉଣ୍ଡେସନ

ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ସ୍ରୋତକୁ ଆଣୁଛି ଟାଟା ଷ୍ଟିଲ ଫାଉଣ୍ଡେସନ

ଯାଜପୁର : କଳିଙ୍ଗନଗର ଅଞ୍ଚଳରେ ଅନେକ ଛାତ୍ରଛାତ୍ରୀ ବିଭିନ୍ନ କାରଣରୁ ଅଧାରୁ ପାଠ ଛାଡୁଛନ୍ତି। ଯାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି କ୍ଷେତ୍ରରେ ସ୍ଥାନୀୟ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ନିଆ ଯାଉଥିବା ବିଭିନ୍ନ ପଦକ୍ଷେପ ମଧ୍ୟରୁ ଏଜୁକେସନ ସିଗ୍ନେଚର ପ୍ରୋଗ୍ରାମ (ଇଏସପି) ପ୍ରକଳ୍ପ ହାତକୁ ନେଇଛି। ସେହି ପ୍ରକଳ୍ପ ସହାୟତାତରେ ଉପକୃତ ହୋଇଥିବା ଜଣେ ଛାତ୍ରୀ ହେଲେ ଗୀତା ମୁଣ୍ଡା। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କଙ୍କଡପାଳ ଗ୍ରାମର ଗୀତା ମୁଣ୍ଡା ବାପାଙ୍କ ମୃତ୍ୟୁ ପରେ ଗୁରୁତର ଆର୍ôଥକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଯାହା ତାଙ୍କ ପରିବାରକୁ ଗୁରୁତର ଭାବେ ପ୍ରଭାବିତ କରିଥିଲା। ଫଳରେ ଗୀତା ମୁଣ୍ଡା ପଞ୍ଚମ ଶ୍ରେଣୀ ସମାପ୍ତ କରିବା ପରେ ଅଧାରୁ ପାଠ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ତେବେ ଏହା ଜାଣିବାପରେ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ) ଗୀତାଙ୍କୁ ଗୋବରଘାଟି ସ୍ଥିତ ରେସିଡେନ୍ଟାଲ ବ୍ରିଜ କୋର୍ସ (ଆରବିସି)ରେ ନାମ ଲେଖାଇବା ପାଇଁ ପ୍ରୋତ୍ସାହିତ କରିଥିଲା। ଟିଏସଏଫର ହସ୍ତକ୍ଷେପ ଯୋଗୁଁ ସେ ବେଲୋହାରୀ ଆଶ୍ରମ ବିଦ୍ୟାଳୟରୁ ମାଟ୍ରିକ୍ ପାସ୍ କରିବା ପରେ ଏବେ ସେ ସାହାରପଡ଼ା ମହାବିଦ୍ୟାଳୟରେ ସ୍ନାତକ ପାଠ ପଢୁଛନ୍ତି। ନିଜ ପ୍ରାରମ୍ଭିକ ସ୍କୁଲ ଦିନକୁ ମନେ ପକାଇ ଗୀତା କୁହନ୍ତି, “ମୁଁ କେବେ ଭାବିନଥିଲି ଯେ ମୁଁ ପୁଣିଥରେ ସ୍କୁଲକୁ ଫେରିବି ଏବଂ ପାଠ ପଢିପାରିବି, କିନ୍ତୁ ଟାଟା ଷ୍ଟିଲ ଫାଉଣ୍ଡେସନ ପାଇଁ ଏହିସବୁ ପୁଣିଥରେ ସମ୍ଭବ ହୋଇପାରିଲା। ଯେତେବେଳେ ସେମାନେ ମୋ ପରିବାରକୁ ମୋତେ ରେସିଡେନ୍ଟାଲ ବ୍ରିଜ କୋର୍ସ କେନ୍ଦ୍ରରେ ନାମ ଲେଖାଇବାକୁ ରାଜି କରାଇଲେ। ମୁଁ ଭବିଷ୍ୟତରେ ଜଣେ ଡାକ୍ତର ହୋଇ ସମାଜର ସେବା କରିବା ସହିତ ମୋ ପରିବାରକୁ ଆର୍ôଥକ ସହାୟତା କରିବାକୁ ଚାହୁଁଛି।

ରେସିଡେନ୍ଟାଲ ବ୍ରିଜ କୋର୍ସ (ଆରବିସି)କୁ ଟାଟା ଷ୍ଟିଲ ଫାଉଣ୍ଡେସନ ଏହାର ଏନଜିଓ ପାର୍ଟନର ଆସ୍ପାୟାର ମାଧ୍ୟମରେ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ଏହାର ବିଭିନ୍ନ ୟୁନିଟ ମଧ୍ୟମରେ ପ୍ରୋତ୍ସାହିତ କରୁଛି, ଯାହା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଏବଂ ଶିକ୍ଷାକୁ ସୁନିଶ୍ଚିତ କରି ସେମାନଙ୍କୁ ମୁଖ୍ୟ ସ୍ରୋତୋରେ ସାମିଲ କରୁଛି ।ସେହିପରି ଯାଜପୁର ଜିଲ୍ଲା, ଦାନଗଦୀ ବ୍ଲକ, ତୁଙ୍ଗେଇସୁଣୀ ଗ୍ରାମର ସାମା ହେମ୍ବ୍ରମଙ୍କ କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣାର ବିଷୟ ପାଲଟିଛି। ଉଭୟ ପିତାମାତାଙ୍କୁ ହରାଇବା ପରେ, ସାମାଙ୍କ ପାଖରେ କେବଳ ତାଙ୍କର ବଡ଼ ଭାଇ ଥିଲେ, ଯାହା ଫଳରେ ସେ ପାଠପଢ଼ା ବନ୍ଦ କରି ଗୋପାଳକ ଭାବରେ କାମ କରି ଜୀବିକା ନିର୍ବାହ କରୁଥିଲେ । ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ର ସ୍ୱେଚ୍ଛାସେବୀଙ୍କ ଦ୍ୱାରା ପରିଚାଳିତ ଟମକା ସ୍ଥିତ ରେସିଡେନ୍ଟାଲ ବ୍ରିଜ କୋର୍ସ ସେଣ୍ଟରରେ ଯୋଗଦେବା ପରେ ତାଙ୍କ ଜୀବନରେ ପରିବର୍ତନ ଆସିଥିଲା । ଏହି କାର୍ଯ୍ୟକ୍ରମରେ ସେ ଉତ୍କୃଷ୍ଟତା ପ୍ରଦର୍ଶନ କରି ଶେଷରେ କୁଶଭଦ୍ରା ସରକାରୀ ହାଇସ୍କୁଲରେ ନାମ ଲେଖାଇଥିଲେ, ଯେଉଁଠାରେ ସେ ଦଶମ ଶ୍ରେଣୀ ପରୀକ୍ଷାରେ ଶ୍ରେଣୀ ଟପର୍ ହୋଇଥିଲେ ।

ସାମା ଏବେ ଯାଜପୁରର ଏକ ସରକାରୀ ପଲିଟେକ୍ନିକ୍ କଲେଜରେ ମାଇନିଂ ଇଞ୍ଜିନିୟରିଂରେ ନାମ ଲେଖାଇଥିଲେ । ବର୍ତମାନ ସେ ଡିପ୍ଲୋମା ପାଠ୍ୟକ୍ରମର ଷଷ୍ଠ ସେମିଷ୍ଟର (ଫାଇନାଲ)ରେ ପଢ଼ୁଛନ୍ତି । ସେ କୁହନ୍ତି ଯେ “ମୁଁ ସବୁବେଳେ ଜଣେ ଇଞ୍ଜିନିୟର ହେବାକୁ ଚାହୁଁଥିଲି, କିନ୍ତୁ ପରିସ୍ଥିତି ମୋତେ ଅଧାରୁ ପାଠ ଛାଡିବାକୁ ବାଧ୍ୟ କରିଥିଲା । ଟାଟା ଷ୍ଟିଲ ଫାଉଣ୍ଡେସନକୁ ଧନ୍ୟବାଦ ଦେବାକୁ ଚାହୁଁଛି, ଟାଟା ଷ୍ଟିଲ ଫାଉଣ୍ଡେସନ ପାଇଁ ମୁଁ ଏବେ ମୋ ସ୍ୱପ୍ନ ପୂରଣ କରିପାରିବି । ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଏହାର ପ୍ରତିଦାନ ସ୍ୱରୂପ ସମାଜର ମଙ୍ଗଳ କାର୍ଯ୍ୟରେ ନିଜର ଯୋଗଦାନ କରିବାକୁ ଚାହୁଁଛି।

ଜାନୁଆରୀ ୨୦୧୫ରେ ଆରମ୍ଭ ହୋଇଥିବା ଟାଟା ଷ୍ଟିଲ ଫାଉଣ୍ଡେସନର ଏଜୁକେସନ ସିଗ୍ନେଚର ପ୍ରୋଗ୍ରାମ (ଇଏସପି)ର ଏକ ପ୍ରମୁଖ ଉପାଦାନ ହେଉଛି ରେସିଡେନ୍ଟାଲ ବ୍ରିଜ କୋର୍ସ (ଆରବିସି)। ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଶିକ୍ଷାକୁ ସାର୍ବଜନୀନ କରିବା ଇଏସପିର ଲକ୍ଷ୍ୟ। କେନ୍ଦୁଝର, ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାର ୬ଟି ବ୍ଲକରେ ସ୍ଥାନୀୟ କମ୍ୟୁନିଟି ସଦସ୍ୟ , ଶିକ୍ଷକ ଓ ସମାଜସେବୀଙ୍କ ସହଯୋଗରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା। ଯାଜପୁରର ଦାନଗଦୀ ଓ ସୁକିନ୍ଦା ବ୍ଲକରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପରଠାରୁ ୪୬୨ଟି ଗ୍ରାମ ଓ ୪୮ଟି ଗ୍ରାମପଞ୍ଚାୟତର ୩୩୧ଟି ସରକାରୀ ବିଦ୍ୟାଳୟ ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଛି। ଏହାଦ୍ୱାରା ୨୦୨୪ ଆର୍ôଥକ ବର୍ଷ ସୁଦ୍ଧା ୫୬,୧୬୬ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି।

ଟିଏସଏଫ ୧୧୩ଟି ବିଦ୍ୟାଳୟରେ ଡିଜିଟାଲ ସାକ୍ଷରତା କାର୍ଯ୍ୟକ୍ରମ ମାଧ୍ୟମରେ ୯୦ଟି ଟ୍ୟାବଲେଟ୍ ବଣ୍ଟନ କରିଛି,୭,୭୮୭ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ନେଇ ଶିକ୍ଷା ପ୍ରଦାନ କରିବା ସହ ସେମାନଙ୍କ ଶିକ୍ଷଣ ପଦ୍ଧତିକୁ ବ୍ୟାପକ କରିଛି । ଟିଏସଏଫର ଦୀର୍ଘ ମିଆଦି ପ୍ରକଳ୍ପ ଜ୍ୟୋତି ଫେଲୋସିପ ଅଧୀନରେ  ଅନଗ୍ରସର ଅନୁସୂଚିତ ଜାତି ଏବଂ ଜନଜାତି ପରିବାରର ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସହାୟତା ପ୍ରଦାନ କରାଯାଇଥାଏ। ୨୦୨୪ ଆର୍ôଥକ ବର୍ଷରେ ୬୦୬ ଜଣ ଛାତ୍ରଛାତ୍ରୀ ଏହି ଫେଲୋସିପ୍ ଜରିଆରେ  ସହାୟତା ପାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking