25.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଘନୀଭୂତ ହେଉଛି ଟାରିଫ୍ ୱାର୍ ; ଚୀନ୍ ଉପରେ ୨୪୫% ଶୁଳ୍କ ଲଗାଇଲା ଆମେରିକା

ଘନୀଭୂତ ହେଉଛି ଟାରିଫ୍ ୱାର୍ ; ଚୀନ୍ ଉପରେ ୨୪୫% ଶୁଳ୍କ ଲଗାଇଲା ଆମେରିକା

ୱାଶିଂଟନ୍‌: ଆମେରିକା ଏବଂ ଚୀନ୍ ମଧ୍ୟରେ ଟାରିଫ୍ ଯୁଦ୍ଧ ତୀବ୍ରତର ହେବାରେ ଲାଗିଛି। ତେବେ ହସ୍ତଗତ ହୋଇଥିବା ସଦ୍ୟ ସୂଚନାନୁସାରେ ଚୀନ୍ ଉପରେ ଏବେ ୨୪୫% ଟାରିଫ୍ ଲାଗୁ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌। ବୁଧବାର ହ୍ୱାଇଟ ହାଉସ୍ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଆମେରିକା ବିରୋଧରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଯୋଗୁ ଚୀନ୍‌କୁ ଏବେ ୨୪୫% ପର୍ଯ୍ୟନ୍ତ ଟାରିଫ୍ ଦେବାକୁ ପଡ଼ିବ। ଆମେରିକାର ଆମଦାନୀ ହୋଇଥିବା ଖଣିଜ ପଦାର୍ଥ ଏବଂ ସେଥିରୁ ତିଆରି ଉତ୍ପାଦ ଉପରେ ନିର୍ଭରଶୀଳତା ଯୋଗୁ ସୃଷ୍ଟି ହେଉଥିବା ବିପଦର ଯାଞ୍ଚ୍ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ୱାକ୍ଷର କରିବା ପରେ ଏହି ସୂଚନା ସାମ୍ନାକୁ ଆସିଛି। ପୂର୍ବରୁ ଟ୍ରମ୍ପ୍ ଚୀନ୍ ଉପରେ ଟାରିଫ୍ ପ୍ରତିଶ୍ରତ ୧୪୫% ଯାଏ ବୃଦ୍ଧି କରିସାରିଥିବା ବେଳେ ମଙ୍ଗଳବାର ରାତିରେ ଟ୍ରମ୍ପ୍ ଚୀନ ଉତ୍ପାଦ ଉପରେ ଅତିରିକ୍ତ ୧୦୦% ଶୁଳ୍କ ବୃଦ୍ଧି କରିଛନ୍ତି। ଫଳରେ ଆମେରିକାକୁ ଚୀନ୍ ରପ୍ତାନୀ କରୁଥିବା ଉତ୍ପାଦ ଉପରେ ଏଣିକି ଆମେରିକା ସରକାର ୨୪୫% ଶୁଳ୍କ ଆଦାୟ କରିବେ। ତେବେ ଆମେରିକାର ଏପ୍ରକାର ନିଷ୍ପତ୍ତି ପରେ ଏବେ ଚୀନ୍ ଆମେରିକୀୟ ଉତ୍ପାଦଗୁଡ଼ିକ ଉପରେ ଟାରିଫ୍ ପ୍ରତିଶ୍ରତ ବୃଦ୍ଧି କରିବ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ପ୍ରକାଶ, ଚୀନ୍ ମଧ୍ୟ ବର୍ତ୍ତମାନ ସମୟରେ ଆମେରିକୀୟ ସାମଗ୍ରୀ ଉପରେ ୧୨୫% ଶୁଳ୍କ ଲାଗୁ କରିସାରିଛି।

ଦୁଇ ଦେଶ ମଧ୍ୟରେ ଟାରିଫ ଯୁଦ୍ଧ ଚାଲିଥିବାବେଳେ ଚୀନ୍ ଆମେରିକା ବିରୋଧରେ ଅର୍ଥନୈତିକ ଅବରୋଧ କଲା ଭଳି ପଦକ୍ଷେପ ନେଉଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି। ଚୀନ୍‌, ଆମେରିକାକୁ ଗ୍ୟାଲିୟମ, ଜର୍ମାନିୟମ ଏବଂ ଆଣ୍ଟିମୋନୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦାର୍ଥ ରପ୍ତାନୀ ଉପରେ କଟକଣା ଲାଗୁ କରିଛି। ଏସବୁ ପଦାର୍ଥ ଏରୋସ୍ପେଶ, ପ୍ରତିରକ୍ଷା ଏବଂ ସେମିକଣ୍ଡକ୍ଟର କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ। ନିକଟରେ ଚୀନ୍ ପ୍ରାୟ ୬ଟି ସାମଗ୍ରୀ ରପ୍ତାନୀ ଉପରେ କଟକଣା ଲାଗୁ କରିବା ଫଳରେ ବିଶ୍ୱବ୍ୟାପୀ ଏହାର ଅଭାବ ପରିଲକ୍ଷିତ ହୋଇଛି ବୋଲି ଆମେରିକା କହିଛି। ଏସବୁ ସାମଗ୍ରୀଗୁଡ଼ିକ ମଧ୍ୟରେ କୋବାଲ୍ଟ, ଲିଥିୟମ୍ ଏବଂ ନିକେଲ ଏବଂ ବୈଦ୍ୟୁତିକ ଯାନରେ ବ୍ୟବହୃତ ବ୍ୟାଟେରୀ ତିଆରି ପାଇଁ ବ୍ୟବହୃତ ବିରଳ-ପୃଥିବୀ ଧାତୁ ଅନ୍ତର୍ଭୁକ୍ତ। ପ୍ରକାଶ, ଚୀନ୍‌, ଆମେରିକା ସହ ଏକ ପ୍ରମୁଖ ବୋଇଂ ଚୁକ୍ତିରୁ ଓହରିଯାଇଥିବା ନେଇ ଆମେରିକା ସରକାରଙ୍କ ପକ୍ଷରୁ ଅଭିଯୋଗ ହେବାର ଠିକ୍ ଦିନକ ପରେ ରାଷ୍ଟ୍ରପତି ଟ୍ରମ୍ପ୍‌, ଚୀନ୍ ଉପରେ ଅତିରିକ୍ତ ୧୦୦% ଟାରିଫ୍ ଲାଗୁ କରିବାକୁ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ଆମେରିକା ସହ ଚାଲିଥିବା ଶୁଳ୍କ ଯୁଦ୍ଧରେ ବିଶ୍ୱ ସମର୍ଥନ ହାସଲ କରିବା ପାଇଁ ଚୀନ୍ ଏବେ ଭାରତ ଏବଂ ୟୁରୋପୀୟ ସଂଘ ସହିତ ଯୋଗାଯୋଗ କରିବାକୁ ଆଗଭର ହୋଇଛି। ଗତ ମାସରେ, ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି, ନୂଆଦିଲ୍ଲୀ ଏବଂ ବେଜିଂକୁ “ଆଧିପତ୍ୟବାଦ ଏବଂ କ୍ଷମତା ରାଜନୀତି’କୁ ପ୍ରତିରୋଧ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking