19.1 C
Bhubaneswar
Friday, February 13, 2026
Homeଦେଶ ବିଦେଶତାମିଲନାଡୁ ବିଷାକ୍ତ ମଦ ପିଇବା ଘଟଣା : ମୃତ୍ୟୁ ସଂଖ୍ୟା ୪୭ କୁ ବୃଦ୍ଧି

ତାମିଲନାଡୁ ବିଷାକ୍ତ ମଦ ପିଇବା ଘଟଣା : ମୃତ୍ୟୁ ସଂଖ୍ୟା ୪୭ କୁ ବୃଦ୍ଧି

ଚେନ୍ନାଇ : ତାମିଲନାଡୁ ରାଜଧାନୀ ଚେନ୍ନାଇଠାରୁ ପ୍ରାୟ ୨୫୦ କିଲୋମିଟର ଦୂରରେ କାଲାକୁରିଚି ଜିଲ୍ଲାରେ ବିଷାକ୍ତ ମଦ ପିଇବା ପରେ ୪୭ ଜଣଙ୍କର ମୃତ୍ୟୁ ଘଟିଛି। ଗତ କିଛି ଦିନ ତଳେ ଏହି ବିଷାକ୍ତ ମଦ ପିଇ ୮୮ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହି ପୀଡିତମାନଙ୍କ ମଧ୍ୟରୁ ଅନେକ କରୁଣାପୁରମ୍ ଅଞ୍ଚଳର ଥିଲେ। ତିନିଜଣ ନାବାଳକ ଏହି ଦୁଃଖଦ ଘଟଣାରେ ଉଭୟ ପିତାମାତାଙ୍କୁ ହରାଇଛନ୍ତି। ଭାଇଭଉଣୀମାନେ ବାପାମାଆଙ୍କୁ ହରାଇ ବର୍ତ୍ତମାନ ଏକ ଅନିଶ୍ଚିତ ଭବିଷ୍ୟତକୁ ଚାହିଁ ରହିଛନ୍ତି। ସେମାନଙ୍କ ଜେଜେମା ଏବେ ଏହାକୁ ନେଇ କହିଛନ୍ତି ଯେ ମୁଁ କିପରି ସେମାନଙ୍କର ଯତ୍ନ ନେବି ଜାଣି ପାରୁନାହିଁ। ନଜ ପୁଅକୁ ହରାଇଥିବା ଜଣେ ମହିଳା କହିଛନ୍ତି, ସେ ପ୍ରଥମେ ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବା ସହ ଆଖି ଖୋଲିବାରେ ଅସୁବିଧା ଅନୁଭବ କରିଥିଲା। ପ୍ରାରମ୍ଭରେ ଡାକ୍ତରଖାନା କର୍ମଚାରୀମାନେ ସେ ମଦ ପିଇଛି ବୋଲି କହି ଚିକିତ୍ସା କରିବାକୁ ମନା କରି ଦେଇଥିଲେ। ସେ ଅରାକ୍‌ ପିଇଥିଲା ଓ ଜୀବନ ଚାଲିଗଲା। ସରକାର ରାଜ୍ୟରେ ମଦ ବନ୍ଦ କରିବା ଉଚିତ। ଏହା କାହାରି ସହ ଘଟିବା ଉଚିତ ନୁହେଁ। ମଦ ବିକ୍ରୟ ବନ୍ଦ କର।
ପୁଲିସ ଏହି ଘଟଣାରେ ଚାରିଜଣ ସନ୍ଦିଗ୍ଧଙ୍କୁ ଗିରଫ କରି ଅନ୍ୟ ୧୦ ଜଣଙ୍କୁ ଅଟକ ରଖିଛି। ବିଷାକ୍ତ ମଦ ସେବନ ହେତୁ ଏହି ମୃତ୍ୟୁ ଘଟଣାରେ ଜଣେ ବରିଷ୍ଠ ପୁଲିସ ଅଧିକାରୀ ଏନଡିଟିଭିକୁ କହିଛନ୍ତି ଯେ ସେମାନେ ପ୍ରକୃତରେ କଣ ଖାଇଛନ୍ତି ତାହା ଆମେ ତଦନ୍ତ କରୁଛୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking