31.1 C
Bhubaneswar
Wednesday, March 18, 2026
Homeଓଡିଶାଆରମ୍ଭ ହେଲା ଟ୍ୟାଲେଣ୍ଟ ଷ୍ଟାର ଓଡ଼ିଶା କାର୍ଯ୍ୟକ୍ରମ

ଆରମ୍ଭ ହେଲା ଟ୍ୟାଲେଣ୍ଟ ଷ୍ଟାର ଓଡ଼ିଶା କାର୍ଯ୍ୟକ୍ରମ

ଯାଜପୁର : ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ସ୍ଥିତ ରାଜ୍ୟର ଆଗଧାଡିର ନୃତ୍ୟ ସଂଗଠନ ଡଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ୍ ପକ୍ଷରୁ ଭଦ୍ରକ ଜିଲ୍ଲାର ରାମସରପୁର ଠାରେ ଉଦ୍ଘାଟିତ ହୋଇ ଯାଇଛି ଟ୍ୟାଳେଣ୍ଟ ଷ୍ଟାର ଓଡ଼ିଶା କାର୍ଯ୍ୟକ୍ରମ। ଏଥିରେ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର୍, ଚିନ୍ମୟ ଫାଉଣ୍ଡେସନର ପ୍ରତିଷ୍ଠାତା ଡ଼ଃ ଚିନ୍ମୟ ଦାଶ, ଶଶିକାନ୍ତ ପଣ୍ଡା, ସ୍ଥାନୀୟ ସରପଞ୍ଚ ରଣଜିତ କୁମାର ଯେନା, ଜଗବନ୍ଧୁ ଯେନା, ସତ୍ୟ ରଞ୍ଜନ ଯେନା, ଭାଗିରଥି ପଣ୍ଡା ଆଦି ଯୋଗଦାନ କରି ଗାଆଁ ଗହଳିର ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ଏହିଭଳି କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ୫୦ରୁ ଉର୍ଦ୍ଧ୍ବ ପ୍ରତିଭା ଯୋଗଦାନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking