28.1 C
Bhubaneswar
Thursday, July 4, 2024
Homeଓଡିଶାଅତ୍ୟଧିକ ପେନ୍‌କିଲର ଖାଉଛନ୍ତି କି? ହୋଇପାରେ ଅଲସର୍‌

ଅତ୍ୟଧିକ ପେନ୍‌କିଲର ଖାଉଛନ୍ତି କି? ହୋଇପାରେ ଅଲସର୍‌

ଭୁବନେଶ୍ୱର: ଆଜିକାଲି ପ୍ରତ୍ୟେକ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଛୋଟ ଭାଇରାଲ୍ ରୋଗ ହେଉ ବା ମାରାତ୍ମକ ରୋଗ ହେଉ ସବୁଥିରେ ଲୋକଙ୍କ ଅବହେଳା ଏବଂ ଜୀବନଯାପନରେ ପରିବର୍ତ୍ତନ ମୁଖ୍ୟ କାରଣ ରହୁଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରୋଗ ହେଉଛି ଅଲସର୍ । ବିଶେଷ ଭାବରେ ଅଲସର୍ ହେଉଛି ପାକସ୍ଥଳୀ କିମ୍ବା କ୍ଷୁଦ୍ରାନ୍ତର ପ୍ରଥମ ଭାଗରେ ଯଦି ଘା’ ହୋଇଯାଏ ତାହାକୁ ଅଲସର୍ କୁହାଯାଇଥାଏ । ବେଳେବେଳେ ଏହା ଖାଦ୍ୟନଳୀରେ ମଧ୍ୟ ଦେଖାଯାଇଥାଏ । ଅଲସ?ର୍କୁ ସାଧାରଣ ରୋଗ ଭାବି ଅଣଦେଖା କରିବା ଉଚିତ ନୁହେଁ । ସଠିକ ସମୟରେ ଏହାର ଚିକିତ୍ସା ନ କଲେ ପରବର୍ତ୍ତୀ ସମୟରେ ଏହା ମାରାତ୍ମକ କ୍ୟାନ୍ସରରେ ମଧ୍ୟ ପରିଣତ ହେବାର ସମ୍ଭାବନା ରହିଛି ।

ଅଲସର କାରଣ କଣ ?
ଯେଉଁ ବ୍ୟାକ୍ଟେରିଆ ଖାଦ୍ୟପେୟରୁ ବ୍ୟାପିଥାଏ, ଯଦି ଦୂଷିତ ଖାଦ୍ୟ ପେଟରେ ରୁହେ ତେବେ ଅଲସର ହେବାର ସମ୍ଭାବନା ରହିଥାଏ । ଯଦି ଜଣେ ଲୋକ ପେନ୍‌?କିଲର୍ ଖାଉଛନ୍ତି ତେବେ ଅଲସର୍ ହେବାର ସମ୍ଭାବନା ଅଧିକ ରହିଛି । ଏପରିକି ବ୍ଲଡ୍‌ ଥିନର ଖାଉଥିଲେ ହୋଇପାରେ ଅଲସର୍ । ବୟସ୍କ ଲୋକେ ବିଭିନ୍ନ ସମୟରେ ଆର୍ଥ୍ରାଇଟ୍ସ ହୋଇଥାଏ ସେମାନେ ସାଧାରଣ ଭାବରେ ପେନ୍‌?କିଲର୍ ଖାଇଥାନ୍ତି । ହୃଦରୋଗ ପାଇଁ ଯଦି ପେନ୍‌?କିଲର ଖାଉଛନ୍ତି ତେବେ ଅଲସର୍ ମଧ୍ୟ ହୋଇପାରେ । ଏପରିକି କ୍ୟାନସର ପାଇଁ ଔଷଧ ଖାଉଥିଲେ ଅଲସର୍ ମଧ୍ୟ ହେବାର ସମ୍ଭାବନା ଅଧିକ ଥାଏ।

ଅଲସର୍‌ର ଲକ୍ଷଣ:-
ଜଣେ ରୋଗୀର ସାଧାରଣ ଭାବରେ ଛାତି ଜଳାପୋଡା ହେବା । ପେଟ ଫୁଲାଇବା, ପେଟ ଗ୍ୟାସ ହେବା, ଅଳ୍ପ ଖାଇଲେ ପେଟ ଫୁଲିଯିବା, ରକ୍ତ ବାନ୍ତି ହେବା, କଳା ମଳ ହେବା ପରି ଲକ୍ଷଣ ଦେଖାଯାଏ । ଏପରିକି ଯଦି ଜଣେ ଲୋକର କ୍ୟାନ୍ସର ସମ୍ପର୍କିତ ଅଲସର୍ ରହିଥାଏ ତେବେ ରୋଗୀର ଓଜନ କମିଯିବା ସମ୍ଭାବନା ରହିଥାଏ, ବାନ୍ତି ହୋଇପାରେ ବା ବାନ୍ତି ଦେଖାଇପାରେ, ପେଟରେ ଜଳାପୋଡା ହୋଇପାରେ । ଯଦି ଏଭଳି କିଛି ଲକ୍ଷଣ ଦେଖାଯାଉଛି ତେବେ ନିକଟସ୍ଥ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏଭଳି ଲକ୍ଷଣ ଦେଖାଦେଲେ ଏଣ୍ଡୋ ସ୍କୋପି ପରୀକ୍ଷାର ଆବଶ୍ୟକତା ପଡିପାରେ । ତେବେ ଏହାଦ୍ୱାରା ଜାଣିପାରିବା ଯେ ପାକସ୍ଥଳୀରେ ଖାଦ୍ୟ ନଳୀରେ ଅଲସର୍ ହୋଇଛି କି ନାହିଁ ।

କେଉଁ ବୟସର ଲୋକଙ୍କୁ ଅଧିକ ମାତ୍ରାରେ ଅଲସର୍ ହୁଏ ?
ଓଡ଼ିଶାରେ ଅଲସର୍ ରୋଗ ଯେକୌଣସି ବୟସର ଲୋକଙ୍କୁ ହୋଇପାରେ । ଛୋଟ ପିଲାଠାରୁ ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ଅଲସର୍ ହେବାର ସମ୍ଭାବନା ରହିଛି । ଯଦି ବୟସ ହେଲା ପରେ ଅଲସର୍ ହୁଏ ତେବେ କ୍ୟାନ୍ସର ହେବାର ଅଧିକ ସମ୍ଭାବନା ରହିଥାଏ । କିନ୍ତୁ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଉଭୟ ପୁରୁଷ ଏବଂ ମହିଳା ମଧ୍ୟ ବୟସ୍କଙ୍କ ମଧ୍ୟରେ ଅଲସର ହେବାର ସମ୍ଭାବନା ରହିଛି । ଏହା ବିଶେଷ ଭାବରେ ଲାଇଫ ଷ୍ଟାଇଲ ରୋଗ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking