26.1 C
Bhubaneswar
Wednesday, March 4, 2026
Homeଓଡିଶାକଥା କଟାକଟିରୁ ଛୁରା ମାଡ଼

କଥା କଟାକଟିରୁ ଛୁରା ମାଡ଼

ବାଲେଶ୍ୱର :ଗଣ୍ଡଗୋଳ ଯୋଗୁ ଆଜି ହେଲା ଛୁରା ମାଡ଼ । ସ୍କୁଲର ବାର୍ଷିକୋତ୍ସବ ଚାଲିଥିବା ବେଳେ ଜଣେ ନବମ ଶ୍ରେଣୀ ଛାତ୍ର ଘଟାଇଛନ୍ତି ଏପରି ସାଂଘାତିକ କାଣ୍ଡ। ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ କମର୍ଦ୍ଦା ଥାନା ଅନ୍ତର୍ଗତ ଦହମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଘଟିଛି। ଗୁରୁତର ଛାତ୍ରଜଣକ ହେଲେ ନବମ ଶ୍ରେଣୀର ଅନ୍ତିଆ ଚନ୍ଦ। ଅନ୍ତିଆଙ୍କୁ ତାଙ୍କ ସାଙ୍ଗ ବିନୟ ଚନ୍ଦ ଆକ୍ରମଣ କରିଥିବା ଜଣାଯାଇଛି। ଗତକାଲି ଅନ୍ତିଆ ଓ ବିନୟଙ୍କ ମଧ୍ୟରେ କୌଣସି କାରଣରୁ କଥା କଟାକଟି ହୋଇଥିଲା। କିଛି ସମୟ ଝଗଡ଼ା ଚାଲିବା ପରେ ଉଭୟ ନିଜ ନିଜ ଘରକୁ ଚାଲି ଯାଇଥିଲେ। ଆଜି ବାର୍ଷିକୋତ୍ସବ ଥିବାରୁ ସ୍କୁଲରେ ଉଭୟ ଉପସ୍ଥିତ ଥିବା ବେଳେ ପ୍ରବଳ ଗହଳି ବି ହୋଇଥିଲ। । ଏହି ସମୟରେ ହଠାତ୍‌ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। । ଏଥିରେ ଉତ୍ତ୍ୟକ୍ତ ହୋଇ ବିନୟ ପାଖରେ ଥିବା ଏକ ଛୁରୀରେ ଅନ୍ତିଆଙ୍କୁ ଭୁଷି ଦେଇଥିଲେ। ତାଙ୍କ ପେଟରୁ ପ୍ରବଳ ରକ୍ତସ୍ରାବ ହେବାରୁ ସ୍ଥାନୀୟ ଲୋକେ ଓ ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ତାଙ୍କୁ କମର୍ଦ୍ଦା ମେଡିକାଲରେ ଭର୍ତ୍ତି କରିଛନ୍ତି । ଏନେଇ ଅନ୍ତିଆଙ୍କ ପରିବାର ଲୋକେ ଜଳେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଏହି ଘଟଣାର ଖୋଳତାଡ଼ ଆରମ୍ଭ କରି ବିନୟଙ୍କୁ ଅଟକ ରଖି ପଚରାଉଚରା କରୁଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking