28.7 C
Bhubaneswar
Friday, April 10, 2026
Homeଦେଶ ବିଦେଶଭୂମିକମ୍ପରେ ଥରିଲା ତାଇୱାନ

ଭୂମିକମ୍ପରେ ଥରିଲା ତାଇୱାନ

ନୂଆଦିଲ୍ଲୀ : ଭୂମିକମ୍ପରେ ଥରିଲା ତାଇୱାନ । ଶୁକ୍ରବାର ତାଇୱାନରେ ୬.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ସେଣ୍ଟ୍ରାଲ ୱେଦର ଆସୋସିଅସନ ଅନୁଯାୟୀ ଏହା ପୂର୍ବ ତାଇୱାନ ଅଂଚଳକୁ ଥରାଇଛି। ହ୍ବାଲିଏନ, ଟାଇଟୁଗ, ନଁତୌ, ଟାଇଚୁଙ୍ଗ, ଚାଁଘୁଆ ପ୍ରାନ୍ତ ମାନଙ୍କରେ ସେଶମିକ ସ୍କେଲରେ ୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ସିଂଚୁ, ମିଆଓଲି,ଟାଉୟୁନ ପ୍ରଭୃତି ପ୍ରାନ୍ତରେ ସେଶମିକ ସ୍କେଲରେ ତୀବ୍ରତା ୩ ରହିଛି । ସିଡବ୍ଲୁଏ ର ରିପୋର୍ଟ ଅନୁଯାୟୀ ଭୂମିକମ୍ପର କେନ୍ଦ୍ର ସ୍ଥଳୀ ହୁଆଲିଏନ ପ୍ରାନ୍ତର ଦକ୍ଷିଣ-ପୂର୍ବ ଦିଗରେ ୩୪.୨ କିମି ଦୂରରେ ରହିଥିବା ବେଳେ ୯.୭କିମି ଗଭୀରରେ ରହିଛି । ବର୍ତମାନ ସୁଦ୍ଧା କୌଣସି ଧନ ଜୀବନ ହାନି ଘଟିବାର ସୂଚନା ମିଳିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking