29.1 C
Bhubaneswar
Monday, January 19, 2026
Homeଅପରାଧସାଇବର ଠକେଇର ଶିକାର ତହସିଲଦାର, ଆକାଉଣ୍ଟରୁ ଗାଏବ ୯୦ ହଜା

ସାଇବର ଠକେଇର ଶିକାର ତହସିଲଦାର, ଆକାଉଣ୍ଟରୁ ଗାଏବ ୯୦ ହଜା

ତାଳଚେର: ସାଇବର ଠକଙ୍କ ହାବୁଡ଼ରେ ପଡ଼ିଗଲେ ତାଳଚେର ତହସିଲଦାର । ତହସିଲଦାର ରୋଜାଲିନ ବେହେରାଙ୍କ ଆକାଉଣ୍ଟରୁ ୯୦ ହଜାର ଟଙ୍କା ସାଇବର ଲୁଟେରା ନେଇ ଯାଇଥିବା ତାଳଚେର ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏକ ଅଜଣା ଲିଙ୍କ୍‌ରେ କ୍ଲିକ୍ କରିବା ପରେ ତାଙ୍କ ଆକାଉଣ୍ଟରୁ ୯୦ ହଜାର ଟଙ୍କା ଗାଏବ ହୋଇଯାଇଥିବା ଦର୍ଶାଇଛନ୍ତି ତାଳଚେର ତହସିଲଦାର । ଅଭିଯୋଗ ପାଇ ପୋଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ପୂରା ଘଟଣା ସମ୍ପର୍କରେ ଜାଣିବାକୁ ତହସିଲଦାରଙ୍କୁ ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ବି ତାଙ୍କ ପ୍ରତିକ୍ରିୟା ମିଳିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking