27.1 C
Bhubaneswar
Friday, December 5, 2025
Homeଓଡିଶାବାରବାଟୀରେ ଟି-୨୦: ଆସନ୍ତାକାଲିଠୁ ଅନଲାଇନ୍‌ରେ ମିଳିବ ଟିକେଟ୍‌

ବାରବାଟୀରେ ଟି-୨୦: ଆସନ୍ତାକାଲିଠୁ ଅନଲାଇନ୍‌ରେ ମିଳିବ ଟିକେଟ୍‌

କଟକ: ବାରବାଟୀରେ ଟି-୨୦ ପାଇଁ କାଲିଠୁ ମିଳିବ ଅନ୍‌ଲାଇନ୍ ଟିକେଟ୍। ଏନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା। ସୂଚନା ଦେଇ କହିଛନ୍ତି ଯେ ଅନ୍‌ଲାଇନ୍‌ରେ କେବଳ ୨ ହଜାର ଟିକେଟ୍ ବିକ୍ରି କରାଯିବ। ଏତର ୪୨ ହଜାର ଦର୍ଶକ ମ୍ୟାଚ୍ ଦେଖି ପାରିବେ। ୨୩ ହଜାର ଟିକେଟ୍ ବିକ୍ରି ହେବ। ୧୮ ହଜାର ୪ଶହ କମ୍ପ୍ଲିମେଣ୍ଟାରୀ ପାସ୍ ରହିବ। ୫ ତାରିଖରେ କାଉଣ୍ଟରରେ ଟିକେଟ୍ ବିକ୍ରି ହେବ। ଗତ ମ୍ୟାଚ୍‌ରେ ଟିକେଟ୍ ବିଭ୍ରାଟକୁ ଦେଖି ଏଥର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଡିସେମ୍ବର ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବହୁ ପ୍ରତୀକ୍ଷିତ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking