11.1 C
Bhubaneswar
Friday, January 16, 2026
Homeଖେଳଟି-୨୦ ବିଶ୍ୱକପ : ଆଜି ଭାରତ ବନାମ ବାଂଲାଦେଶ ମୁକାବିଲା

ଟି-୨୦ ବିଶ୍ୱକପ : ଆଜି ଭାରତ ବନାମ ବାଂଲାଦେଶ ମୁକାବିଲା

ନୂଆଦିଲ୍ଲୀ : ଆଜି ଭାରତ ବନାମ ବାଂଲାଦେଶ ମୁକାବିଲା । ଟି-୨୦ ବିଶ୍ୱକପର ସୁପର-୮ ରାଉଣ୍ଡରେ ଏହି ମୁକାବିଲା ଦେଖିବାକୁ ମିଳିବ । ଆଣ୍ଟିଗୁଆରେ ରାତି ୮ଟାରେ ଏହି ମ୍ୟାଚ୍ ଖେଳାଯିବ । ଯଦି ଆଜିର ମ୍ୟାଚ୍ ଜିତେ ତେବେ ସେମିଫାଇନାଲ୍ ସ୍ଥାନ ପକ୍କା କରିବ ଟିମ୍ ଇଣ୍ଡିଆ । ଅନ୍ୟପକ୍ଷରେ ବାଂଲାଦେଶ ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆଠୁ ପରାଜିତ ହେବା ପରେ ସୁପର-୮ରେ ପ୍ରଥମ ବିଜୟ ସନ୍ଧାନରେ ରହିବ। ପରେ ୨୪ ତାରିଖରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ। ଅଷ୍ଟ୍ରେଲିଆ ବିପକ୍ଷରେ ହେବ ରିୟଲ ଫାଇଟ୍ । ଏହା ପୂର୍ବରୁ ରୋହିତ-ବିରାଟ ଜଲୱା ଦେଖିବାକୁ ମିଳିପାରେ। ଏତେଟା ଫର୍ମରେ ନଥିବା ଏହି ଯୋଡି ବାଂଲାଦେଶ ବିପକ୍ଷରେ ଭଲ ପ୍ରଦର୍ଶନ କରିବା ନେଇ ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ।ସୁପର-୮ ରାଉଣ୍ଡର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ୪୭ ରନରେ ପରାସ୍ତ କରିଥିଲା ଭାରତ । ଆଜି ଟି-୨୦ ବିଶ୍ୱକପ୍‌ରେ ଦୁଇଟି ମ୍ୟାଚ୍ ଖେଳାଯିବା। ଦ୍ୱିତୀୟ ମ୍ୟାଚ୍‌ରେ ବାଂଲାଦେଶ ସହ ମୁହାଁମୁହିଁ ହେବ ଭାରତ। ତେବେ ଆଇପିଏଲ୍‌ରେ ଯେଉଁ ଫର୍ମ କାରଣରୁ ଶିବମ ଦୁବେଙ୍କୁ ଭାରତୀୟ ଟିମ୍‌ରେ ସ୍ଥାନ ଦିଆଯାଇଥିଲା, ଏପର୍ଯ୍ୟନ୍ତ ସେ ଆକର୍ଷଣୀୟ ପ୍ରଦର୍ଶନ କରିନାହାନ୍ତି। ସେ ଆମେରିକା ବିପକ୍ଷରେ ୩୧ ରନ୍‌ ସଂଗ୍ରହ କରିଥିଲେ। କିନ୍ତୁ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରୟାସରେ ଭାରତକୁ ବିଜୟ ମିଳିଥିଲା। ଆଜିର ମ୍ୟାଚରେ ଭାରତୀୟ ଟିମ୍‌ ସଂଜୁ ସାମସନଙ୍କୁ ସୁଯୋଗ ଦେଇପାରେ। ମାତ୍ର ଆଫଗାନିସ୍ତାନ ବିପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟିଂ ଫର୍ମ ଫେରିଥିବାରୁ ଭାରତୀୟ ଟିମ୍‌ ପାଇଁ ଖୁସିର ଖବର ହୋଇଛି।
ସମ୍ଭାବିତ ଭାରତୀୟ ଟିମ୍‌: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଋଷଭ ପନ୍ତ (ୱିକେଟ୍‌କିପର), ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, କୁଲଦୀପ ଯାଦବ ଓ ଯଶପ୍ରୀତ ବୁମରା
ସମ୍ଭାବିତ ବାଂଲାଦେଶ ଟିମ୍‌: ସୌମ୍ୟ ସରକାର, ଲିଟନ ଦାସ (ୱିକେଟ୍‌କିପର), ନଜମୁଲ ହୁସେନ (ଅଧିନାୟକ) ଶାକିବ ଅଲ-ହସନ, ତୈହୀଦ ହୃଦୋୟ, ମହମଦୁଲ୍ଲା, ମେହନ୍ଦୀ ହାସନ, ରିଶଦ ହୁସେନ, ତସ୍କିନ ଅହମଦ, ତଂଜୀମ ହାସନ ସାକିବ ଓ ମୁସ୍ତାଫିଜୁର ରହମାନ

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking