20.1 C
Bhubaneswar
Monday, December 22, 2025
Homeଖେଳଟି-୨୦ ବିଶ୍ବକପ୍‌ : ୱେଷ୍ଟଇଣ୍ଡିଜ୍‌ କୁ ହରାଇଲା ଇଂଲଣ୍ଡ

ଟି-୨୦ ବିଶ୍ବକପ୍‌ : ୱେଷ୍ଟଇଣ୍ଡିଜ୍‌ କୁ ହରାଇଲା ଇଂଲଣ୍ଡ

ସେଣ୍ଟ ଲୁସିଆ : ୱେଷ୍ଟଇଣ୍ଡିଜ୍‌ କୁ ହରାଇଲା ଇଂଲଣ୍ଡ । ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ପୁରୁଷ ବିଶ୍ବକପ୍‌ ଟି-୨୦ର ସୁପର-୮ ମ୍ୟାଚରେ ଗୁରୁବାର ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଇଂଲଣ୍ଡ ଏକତରଫା ବିଜୟ ହାସଲ କରିଛି। ଇଂଲଣ୍ଡ ୮ ୱିକେଟ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିଛି। ଫିଲିପ୍‌ ସଲ୍ଟ ଅପରାଜିତ ୮୭ ରନ୍‌ ସଂଗ୍ରହ କରିଥିଲେ। ସେଣ୍ଟ ଲୁସିଆର ଗ୍ରସ୍‌ ଆଇସଲେଟ୍‌ସ୍ଥିତ ଡେରେନ୍‌ ସାମି ନ୍ୟାସନାଲ କ୍ରିକେଟ୍‌ ଷ୍ଟାଡିୟମରେ ଆୟୋଜକ ୱେଷ୍ଟଇଣ୍ଡିଜ୍‌ ପ୍ରଥମେ ବ୍ୟାଟିଂ କରିଥିଲା। ଘରୋଇ ଦଳ ୨୦ ଓଭରରେ ୪ଟି ୱିକେଟ୍‌ ହରାଇ ୧୮୦ ରନ୍‌ ସଂଗ୍ରହ କରିଥିଲା। ଫଳରେ ଅତିଥି ଦଳକୁ ୧୮୧ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ଏହି ଲକ୍ଷ୍ୟକୁ ଇଂଲଣ୍ଡ ୧୭.୩ ଓଭରରେ ମାତ୍ର ୨ଟି ୱିକେଟ୍‌ ହରାଇ ହାସଲ କରିଥିଲା। ଇଂଲଣ୍ଡ ପକ୍ଷରୁ ପ୍ରାରମ୍ଭିକ ବ୍ୟାଟର ଫିଲିପ୍‌ ସଲ୍ଟ ଓ‌ ଜୋସ୍‌ ବଟଲର ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଫିଲିପ୍‌ ବ୍ୟକ୍ତିଗତ ଭାବେ ୮୭ ରନ୍‌ ସଂଗ୍ରହ କରିଥିଲେ। ସେ ଏଥି ପାଇଁ ୪୭ଟି ବଲ୍‌ ଖେଳିଥିଲେ। ଏଥିରୁ ୭ଟି ଚୌକା ଓ ୫ଟି ଛକା ମାରିଥିଲେ। ବଟଲର ୨୨ଟି ବଲ୍‌ ଖେଳି ୨ଟି ଚୌକା ସହାୟତାରେ ୨୫ ରନ୍‌ ସଂଗ୍ରହ କରିଥିଲେ। ସେହିପରି ମୋଇନ୍‌ ଅଲି ୧୦ଟି ବଲ୍‌ରୁ ୧୩ ରନ୍‌ ସଂଗ୍ରହ କରିଥିଲେ। ଜନି ବେୟାରଷ୍ଟୋଙ୍କ ବ୍ୟାଟ୍‌ରୁ ୪୮ ରନ୍‌ ଅମଳ ହୋଇଥିଲା। ସେ ୨୬ଟି ବଲ୍‌ ଖେଳି ୫ଟି ଚୌକା ଓ ୨ଟି ଛକା ମାରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking