21.1 C
Bhubaneswar
Saturday, February 7, 2026
Homeଖେଳ୩ୟ ଟି-୨୦ : ୨୬ ରନ୍‌ରେ ଭାରତକୁ ହରାଇଲା ଇଂଲଣ୍ଡ

୩ୟ ଟି-୨୦ : ୨୬ ରନ୍‌ରେ ଭାରତକୁ ହରାଇଲା ଇଂଲଣ୍ଡ

ରାଜକୋଟ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୫ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ୨୬ ରନ୍‌ରେ ପରାଜିତ କରିଛି। ରାଜକୋଟର ନିରଞ୍ଜନ ଶାହ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ତୃତୀୟ ଥର ପାଇଁ ଟସ୍ ଜିତି ଟିମ୍ ଇଣ୍ଡିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇଂଲଣ୍ଡ ଦଳ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇ ଧାର୍ଯ୍ୟ ୨୦ ଓଭରରେ ୯ ୱିକେଟରେ ୧୭୧ ରନ୍ କରିଥିଲା। ଫଳରେ ଟିମ୍ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ୧୭୨ ରନ୍ ରହିଥିଲା।

ତେବେ ଟିମ୍ ଇଣ୍ଡିଆ ବିଜୟ ଲକ୍ଷ୍ୟର ପିଛା କରି ଧାର୍ଯ୍ୟ ୨୦ ଓଭରରେ ୯ ୱିକେଟ ହରାଇ ୧୪୫ ରନ୍ କରିଥିଲା। ଏହି ମ୍ୟାଚ୍‌ରେ ପରାଜିତ ହୋଇ ଟିମ୍ ଇଣ୍ଡିଆ ୨-୧ରେ ଆଗୁଆ ରହିଛି। ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ୨ ୱିକେଟ ନେଇଥିବାବେଳେ ବିଡୋନ କ୍ରାସ୍ ୨ ୱିକେଟ ନେଇଥିବାବେଳେ ଆଦିଲ ରଶିଦ ଏବଂ ମାର୍କ ଉଡ୍ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ, ଜେମି ଓଭରଟୋନ୍ ୪ ୱିକେଟ ନେଇଥିଲେ। ଇଂଲଣ୍ଡ ପକ୍ଷରୁ ବେନ୍ ଡୁକେଟ୍ ୫୧ ରନ୍ କରିଥିବାବେଳେ ଜୋସ୍ ବଟଲର ୨୪ ରନ୍ କରିଥିଲେ। ସେହିପରି ଲିଆମ ଲିଭିଂଷ୍ଟୋନ୍ ୪୩ ରନ୍ କରିଥିଲେ। ତେବେ ଅନ୍ୟ ବ୍ୟାଟ୍ସମ୍ୟାନ୍‌ମାନେ ଭାରତୀୟ ବୋଲରଙ୍କ ସାମ୍ନା କରିପାରି ନଥିଲେ। ଟିମ୍ ଇଣ୍ଡିଆ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୫ ୱିକେଟ ନେଇଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୨ ୱିକେଟ ଏବଂ ଅକ୍ଷର ପଟେଲ ଏବଂ ରବି ବିଶ୍ନୋଇ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଭାରତ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍‌ରେ ୧୭୧ ରନ୍‌ କରି ଥିଲା ଏବଂ ଭାରତକୁ ୧୭୨ ରନ୍‌ର ଟାର୍ଗେଟ୍‌ ଦେଇଥିଲା। ଭାରତ ୩ୟ ଟି-୨୦ ପାଇଁ ନିଜର ପ୍ଲେଇଂ ଇଲେଭନରେ କେବଳ ଗୋଟିଏ ପରିବର୍ତ୍ତନ କରିଥିଲା। ପେସର ଅର୍ଶଦୀପ ସିଂହଙ୍କ ସ୍ଥାନରେ ଶାମୀଙ୍କୁ ପ୍ଲେଇଂ ଇଲେଭନରେ ଏଣ୍ଟ୍ରି ହୋଇଥିଲା। ଶାମୀ ଏହା ପୂର୍ବରୁ ୨୦୨୩ରେ ଭାରତ ପାଇଁ ଖେଳି ଥିଲେ, ଯାହାକି ୱାନଡେ ୱାର୍ଲ୍ଡ କପ୍‌ ଫାଇନାଲ ଥିଲା। ତାଙ୍କୁ ଗୋଇଠିରେ ଆଘାତ କାରଣରୁ ଦୀର୍ଘ ସମୟ ଧରି ମୈଦାନ ଠାରୁ ଦୂରେଇ ରହିବାକୁ ପଡ଼ିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking