19.1 C
Bhubaneswar
Saturday, February 7, 2026
Homeଓଡିଶାବିବାହ ଶୋଭାଯାତ୍ରାରେ ଖଣ୍ଡା ଆକ୍ରମଣ: ୩ ଆହତ

ବିବାହ ଶୋଭାଯାତ୍ରାରେ ଖଣ୍ଡା ଆକ୍ରମଣ: ୩ ଆହତ

ବାଙ୍କୀ: ବିବାହ ଶୋଭାଯାତ୍ରା ସମୟରେ ଏକ ଗୋଷ୍ଟୀ ସଂଘର୍ଷ ଘଟିବାରୁ ବାଙ୍କୀରେ ଉତ୍ତେଜନା ସୃଷ୍ଟି ହୋଇଛି । ଶୋଭାଯାତ୍ରାରେ ଥିବା କିଛି ଯୁବକ ଅନ୍ୟ ପକ୍ଷକୁ ଖଣ୍ଡାରେ ଆକ୍ରମଣ କରିବା ଫଳରେ ତିନି ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ତିଗିରିଆ ଥାନା ଅନ୍ତର୍ଗତ ବନ୍ଧାଣି ଗ୍ରାମର ବର ପକ୍ଷ ୧୦୦ରୁ ଅଧ୍ଚଳ ଲୋକଙ୍କୁ ନେଇ ବୈଦେଶ୍ୱର ଗ୍ରାମରୁ ବିବାହ ସ୍ଥାନକୁ ଏକ ଶୋଭାଯାତ୍ରାରେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ କାର୍ ରାସ୍ତା ନଦେବାରୁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା ।

କ୍ରୋଧରେ ଉତ୍ତପ୍ତ ହୋଇ ବର ପକ୍ଷର ସଦସ୍ୟମାନେ ଖଣ୍ଡା ଧରି ଗାଡିରେ ଥିବା ଲୋକମାନଙ୍କୁ ପିଛା କରିଥିଲେ । ଏହି ଘଟଣା ବୈଦେଶ୍ୱର ପୋଲିସ ଷ୍ଟେସନରୁ ମାତ୍ର ୪୦୦ ମିଟର ଦୂରରେ ଏକ ଗ୍ରାମୀଣ ବ୍ୟାଙ୍କ ଛକ ନିକଟରେ ଘଟିଛି । ବୈଦେଶ୍ୱର ପୋଲିସ ତୁରନ୍ତ ଘଚଣାସ୍ଥଳରେ ପହଞ୍ଚି ବର ପକ୍ଷର ୪ ଜଣଙ୍କୁ ଅଟକ ରଖିଛି । ପୋଲିସ ଶୋଭାଯାତ୍ରାରେ ସାମିଲ ଥିବା ସ୍କୋର୍ପିଓ ଗାଡି, ଏକ କାର ଏବଂ ଡିଜେ ଗାଡିକୁ ମଧ୍ୟ ଜବତ କରିଛି । ଘଟଣାର ପରିସ୍ଥିତି ନିର୍ଣ୍ଣୟ କରିବା ପାଇଁ ପୋଲିସ ସିସିଟିଭି ଫୁଟେଜ୍ ସମୀକ୍ଷା କରିବା ସହିତ ତଦନ୍ତ ଆରମ୍ଭ କରଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking