15.1 C
Bhubaneswar
Saturday, December 6, 2025
Homeଓଡିଶାଝାଡୁଦାର ଚାକିରି ସ୍କାମ: ବିଷ ପିଇଲେ ମହିଳା

ଝାଡୁଦାର ଚାକିରି ସ୍କାମ: ବିଷ ପିଇଲେ ମହିଳା

ସମ୍ବଲପୁର: ମହିଳା ସୁପରଭାଇଜରଙ୍କ ଆତ୍ମହତ୍ୟା ଉଦ୍ୟମ । ୧୨ ହଜାର ଟଙ୍କାରେ ମିଛ ଚାକିରି ବିକ୍ରି ଗ୍ୟାକେଟ୍ ଆଜି ଏକ ଭୟଙ୍କର ମୋଡ଼ ନେଇଛି । ଠକେଇ କରୁଥିବା ରାହୁଲ ଓରଫ୍ ସମ୍ରାଟ ରାୟ  ଏବଂ ସାତୁପାଲିର ପଦ୍ମାବତୀ ତାଣ୍ଡିଙ୍କୁ ବିଶ୍ବାସ କରି ଫସି ଯାଇଛନ୍ତି ଚିପିଲିମାର ସ୍ବର୍ଣପ୍ରଭା ପାଢ଼ୀ । ଟଙ୍କା ଫେରସ୍ତକୁ ନେଇ ମାନସିକ ଅବସାଦରେ ଥିବା ସ୍ଵର୍ଣପ୍ରଭା ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମଳିଛି । ସ୍ବର୍ଣପ୍ରଭା ଘାସମରା ବିଷ ଖାଇଦେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଏକ ନସିଂହୋମରେ ଭର୍ତ୍ତି କରାଯାଇଥିଲା ବର୍ତ୍ତମାନ ସେ ବିପଦମୁକ୍ତ ଥିବା ବୁର୍ଲା ଥାନା ପୁଲିସ ସୂତ୍ରରୁ ଜଣାପଡ଼ିଛି ।  ଚାକିରି ପାଇଁ ସ୍ଥାନୀୟ ଅଧିବାସୀଙ୍କଠାରୁ ୧୨ ହଜାର ଟଙ୍କା ଲେଖାଏଁ ଆଦାୟ ପାଇଁ ତାଙ୍କୁ ଦାୟିତ୍ଵ ଦିଆଯାଇଥିଲା । ସେ ପ୍ରାୟ ୬୩୪ ଜଣ ଲୋକଙ୍କଠାରୁ ୬୪ ଲକ୍ଷ ଟଙ୍କା ଆଦାୟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking