34.1 C
Bhubaneswar
Friday, March 20, 2026
Homeଓଡିଶାଘରେ ଘରେ ପହଂଚାଇବା ସ୍ୱଦେଶୀ ଅଭିଯାନର ବାର୍ତା : ଅରୁଣ ସିଂ

ଘରେ ଘରେ ପହଂଚାଇବା ସ୍ୱଦେଶୀ ଅଭିଯାନର ବାର୍ତା : ଅରୁଣ ସିଂ

ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଦେଶକୁ ଆତ୍ମନିର୍ଭର କରିବା ଉପରେ ଗୁରୁତ୍ୱାରୋପ କରୁଛନ୍ତି । ଅର୍ଥନୈତିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ମୋଦିଜୀ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ସ୍ୱଦେଶୀ ଉତ୍ପାଦ ବ୍ୟବହାର ଏବଂ ସ୍ୱଦେଶୀ ଜୀବନ ମୂଲ୍ୟବୋଧକୁ ଗ୍ରହଣ କରିବା ଉପରେ ମୋଦିଜୀ ଗୁରତ୍ୱ ଦେଇ ଆସିଛନ୍ତି । ଏହି ବାର୍ତା “ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ” ଜରିଆରେ ଘରେ ଘରେ ପଂହଚିବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ପାଇଁ ରାଜ୍ୟସ୍ତରୀୟ କର୍ମଶାଳାରେ ରାଜ୍ୟ ସଭା ସାଂସଦ ତଥା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ ଅରୁଣ ସିଂହ କହିଛନ୍ତି ।

ଶ୍ରୀ ସିଂହ କହିଛନ୍ତି ଯେ, ସ୍ୱଦେଶୀ ଅଭିଯାନକୁ ଆନ୍ଦୋଳନରେ ପରିଣତ କରିବାକୁ ବିଜେପି ପ୍ରତିଶ୍ରୁତିବଦ୍ଧ । ବିଦେଶୀ ସାମଗ୍ରୀ ଛାଡ଼ି ଭାରତରେ ପ୍ରସ୍ତୁତ ସାମଗ୍ରୀ ଆପଣାଇବାକୁ ପ୍ରୋତ୍ସାହିତ କରାଯିବ । ଦଳର ବିଚାର ପ୍ରଣେତା ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ମଧ୍ୟ ଏହା ଉପରେ ଗୁରୁତ୍ୱ ଦେଉଥିଲେ । ଏନେଇ ତାଙ୍କ ଜୟନ୍ତୀ ୨୫ ସେପ୍ଟେମ୍ବରରୁ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ୨୫ ଡିସେମ୍ବର ପର୍ଯ୍ୟନ୍ତ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ କରବା ପାଇଁ ଦଳ ପକ୍ଷରୁ ନିଷ୍ପତି ନିଆଯାଇଛି । ଏଥିରେ ବିଭିନ୍ନ ସ୍ଥାନୀୟ ଶିଳ୍ପ ସଂସ୍ଥା, ବାଣିଜ୍ୟ ସଂଗଠନ, ବ୍ୟବସାୟ ଓ ସାମାଜିକ ସଂଗଠନ, ଧାର୍ମିକ, ଯୁବ ଓ ମହିଳା ସଂଗଠନ ଓ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ସାମିଲ କରାଯିବ । ସବୁ ଜିଲ୍ଲାରେ ୧୫ରୁ ୨୦ ଦିନିଆ ସଂକଳ୍ପ ରଥଯାତ୍ରା ମଧ୍ୟ କରାଯିବ । ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଆତ୍ମନିର୍ଭର ଭାରତ ସଂକଳ୍ପ ଉପରେ ଆଲୋଚନାଚକ୍ର ଆୟୋଜନ କରାଯିବ । ସ୍ୱଦେଶୀ ଉତ୍ପାଦ କିଣିବାକୁ ଏବଂ ଦୋକାନୀମାନଙ୍କୁ ସ୍ୱଦେଶୀ ଉତ୍ପାଦ ବିକ୍ରି କରିବାକୁ ପ୍ରୋତ୍ସାହିତ କରାଯିବ ବୋଲି ଶ୍ରୀ ସିଂହ କହିଛନ୍ତି ।

ଏହି କର୍ମଶାଳାରେ ଯୋଗଦେଇ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ଯେ, ଆତ୍ମନିର୍ଭର ଭାରତ କରିବା ପାଇଁ ମୋଦିଜୀ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଆନ୍ଦୋଳନରେ ପରିଣତ ହୋଇଛି । ଆତ୍ମନିର୍ଭର ଭାରତ ହେଉଛି ଆତ୍ମବିଶ୍ୱାସର ଭାରତ । ଏହି ବିଶ୍ୱାସ ରଖି ଓଡ଼ିଶାରେ ଛୋଟରୁ ବଡ଼ ଉଦ୍ୟୋଗ ସୃଷ୍ଟି କରିବା ପାଇଁ ଆମ ସମସ୍ତଙ୍କୁ ପ୍ରୟାସ କରିବାକୁ ପଡ଼ିବ । ଓଡ଼ିଶା ହେଉଛି ସମ୍ଭାବନାର ରାଜ୍ୟ । ଏଠାରେ କୃଷିଠାରୁ ଆରମ୍ଭ କରି ଖଣି, ନଦୀ ପର୍ଯ୍ୟନ୍ତ ସବୁ ଭରପୁର ରହିଛି । ଶିଳ୍ପଠାରୁ ପର୍ଯ୍ୟଟନ କ୍ଷେତ୍ର ପର୍ଯ୍ୟନ୍ତ ବିକାଶ ପାଇଁ ବହୁଳ ସମ୍ଭାବନା ରହିଛି । ଓଡ଼ିଶାର ଲୋକେ ଦାଦନ ଖଟିବାକୁ ଆଉ ବାହାରକୁ ନ ଯାଇ ରାଜ୍ୟରେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେନେଇ ଆମ ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡ଼ିବ । ଏନେଇ ୩ ମାସ ପର୍ଯ୍ୟନ୍ତ କାର୍ଯ୍ୟକର୍ତାକୁ କଠିନ ପରିଶ୍ରମ କରି ଓଡ଼ିଶାର ସବୁ ଘରେ ଏହି ବାର୍ତା ପଂହଚାଇବାକୁ ଶ୍ରୀ ସାମଲ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏକ କମଟି ଗଠନ କରାଯାଇଥିଲା ।

ଏହି ଅବସରରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମନ୍ତ୍ରୀ ରବି ନାରାୟଣ ନାଏକ, ସାଂସଦ ଅନନ୍ତ ନାୟକ, ସୁକାନ୍ତ ପାଣିଗ୍ରାହୀ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ପ୍ରମୁଖ ଯୋଗଦେଇ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଉପରେ ଗୁରୁତ୍ୱାରୋପ କରିଥିଲେ । ଡବଲ ଇଞ୍ଜିନ ସରକାର ଏଥିରେ ସମସ୍ତ ସହଯୋଗ କରିବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ଶତପଥୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡି.ମୁରଲୀ କିଷ୍ଣା ପ୍ରମୁଖ ଯୋଗଦେଇଥିଲେ । ଆତ୍ମନିିର୍ଭର ଭାରତ ରାଜ୍ୟ ସଂଯୋଜିକା ସୁଜାତା ପାଢ଼ୀ ଧନ୍ୟବାଦ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking