29.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶ୨ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

୨ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଉଧମ ସିଂହ ନଗରରେ ୨ ଜଣଙ୍କ ସନ୍ଦେହଜନକ ମୃତ୍ୟୁ । ଆଉ ଜଣେ ଆଡଭୋକେଟଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିବା ଜଣାପଡିଛି । ଏହି ଘଟଣା ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିଛି । ସୂଚନା ଅନୁସାରେ ଉଭୟ ଏକ ବିବାହ ଭୋଜିରୁ ଫେରୁଥିଲେ । ସେମାନେ କାଞ୍ଜବାଗରେ ଏକ ମଦ ଭାଟିରୁ ମଦ କିଣି ପିଇଥିଲେ । ସେତେବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏବଂ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ତ୍କ୍‌ରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । କିଛି କାଚ ବୋତଲ ଘଟଣାସ୍ଥଳରୁ ଜବତ କରି ପରୀକ୍ଷା ପାଇଁ ଲ୍ୟାବକୁ ପଠାଇଛି । ମୃତଦେହକୁ ମଧ୍ୟ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଅନ୍ୟପଟେ ଏଭଳି ଦୁଃଖଦ ଖବର ଶୁଣି ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking