ନୂଆଦିଲ୍ଲୀ : ଥାଇଲାଣ୍ଡରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମହିଳା ଏବଂ ତାଙ୍କ ସ୍ୱାମୀ ଥାଇଲାଣ୍ଡ ଯାଇଥିଲେ । ହେଲେ ପରିବାର ଲୋକେ ତାଙ୍କ ସ୍ୱାମୀ ହତ୍ୟା କରିଥିବା ନେଇ ପୋଲିସ ପାଖରେ ଅଭିଯୋଗ କରିଛନ୍ତି । ମୃତା ମହିଳାଙ୍କ ନାମ ପ୍ରିୟଙ୍କା ଶର୍ମା । ତାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ , ପ୍ରିୟଙ୍କା ଲକ୍ଷ୍ନୌରେ ରହୁଥିଲେ । ସେତେବେଳେ ତାଙ୍କ ଝିଅକୁ ସ୍ୱାମୀ ଆଶିଷ ବହୁତ ହଇରାଣ କରୁଥିଲେ । ଆଶିଶଙ୍କର ଅନ୍ୟ ମହିଳାଙ୍କ ସହ ସଂପର୍କ ଥିବା କହିଛନ୍ତି ଝିଅର ବାପା । ହେଲେ ଏସବୁକୁ ବିରୋଧ କରିଆସୁଥିଲେ ପ୍ରିୟଙ୍କା । ଏଭଳି ପରିସ୍ଥିତିରେ ଆଶିଷ ପ୍ରିୟଙ୍କାକୁ ଶାରୀରିକ ତଥା ମାନସିକ ନିଯ୍ୟାତନା ଦେଇଥିଲେ । ଝିଅଙ୍କ ବାପା କହିବା ଅନୁସାରେ ଆଶିଷ ତାଙ୍କୁ କୌଣସି ଔଷଧ ଦେଇ ମାରିଦେଇଛନ୍ତି ମିଛରେ ବାଥ ଟବରେ ବୁଡି ମୃତ୍ୟୁ ହୋଇଛି ବୋଲି କହିଛି । ଏ ପ୍ରସଙ୍ଗରେ ପୋଲିସ କମିଶମର ମାମଲା ରୁଜୁ କରିଛି । ୨୦୧୭ ରେ ଉଭୟ ପ୍ରେମ ବିବାହ କରିଥିଲେ । ଖବର ଅନୁସାରେ ବାହାଘର ପରେ ଉଭୟଙ୍କ ମଧ୍ୟରେ କିଛି ବାଦ ବିବାଦ ଦେଖାଯାଉଥିଲା । ପ୍ରିୟଙ୍କା ଆଶିଷଙ୍କ ବିରୋଧରେ ଜଣେ ମହିଳାଙ୍କ ସହ ସମ୍ପର୍କ ଥିବା ନେଇ ଅଭିଯୋଗ ଆଣିଥିଲେ । ଏହି ସମସ୍ୟାର ସମାଧାନ ହୋଇ ଦୁଇ ପରିବାର ଭଲ ଚାସିଥିଲା । ପରେ ସମ୍ପର୍କ ଆଗକୁ ଯାଇନଥିଲା ।