ଢେଙ୍କାନାଳ: ପ୍ରେମିକାକୁ ଦେଖା କରିବାକୁ ଯାଇଥିବା ବେଳେ ଯୁବକଙ୍କର ସନ୍ଦେହଜନକ ମୃତ୍ୟୁ । ପାଚେରୀ ଡେିଁ ଘରକୁ ପ୍ରବେଶ କରୁଥିବା ସମୟରେ କରେଣ୍ଟ ଲାଗି ତାଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଢେଙ୍କାନାଳ ଜିଲ୍ଲା ସଦର ଥାନା ଅଞ୍ଚଳ ରେ ଏଭଳି ଘଟିଛି ଅଭାବନୀୟ ଘଟଣା । ମୃତକ ହେଉଛନ୍ତି ଶିମିଳିଆ ଗାଁର ବିଶ୍ୱଜିତ ବେହେରା । ପ୍ରେମିକାଙ୍କ ଘରଲୋକମାନେ ଯୁବକଙ୍କୁ ଜିଲ୍ଲା ହସ୍ପିଟାଲ ନେବା ପରେ ସେଠି ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ତେବେ କରେଣ୍ଟ ମୁହେଁ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମୃତ ବିଶ୍ୱଜିତଙ୍କ ପରିବାର । ପୋଲିସ ଘଟଣାର ତଦନ୍ତ କରୁଛି ।










