ଭୁବନେଶ୍ୱର: ଭୁବନେଶ୍ୱରରେ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ଏଫଆଇଆର୍ ବଦଳାଇବାକୁ ଭରତପୁର ପୋଲିସ ଚାପ ପକାଉଥିବା ନେଇ ସୂଚନା ମିଳିଛି । ପଣ୍ଡାକୁଦିଆ ଅଞ୍ଚଳରୁ ଯୁବକଙ୍କ ଝୁଲନ୍ତା ମୃତଦେହକୁ ନେଇ ସନ୍ଦେହ କରାଯାଉଛି । ଯୋଜନାବଦ୍ଧ ହତ୍ୟାକାଣ୍ଡ ଅଭିଯୋଗ କଲେ ପରିବାର ଲୋକେ । ମୃତକ ଜଣକ ଶିବପ୍ରସାଦ ବୋଲି ଚିହ୍ନଟ କରାଯାଇଛି । ତାଙ୍କ ଘର ଯାଜପୁର ସୁଜନପୁରର ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ହତ୍ୟା ନା ଆତ୍ମହତ୍ୟା ସେନେଇ ତଦନ୍ତ ଆରମ୍ଭ କରିଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।










