ଭୁବନେଶ୍ୱର : ଅଟଳା ଅଞ୍ଚଳରେ ଥିବା ଏକ ଗ୍ୟାସ ଦୋକାନ ପାଖରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ହତ୍ୟା ସନ୍ଦେହରେ ପାହାଳ ପୁଲିସ ତଦନ୍ତ କରୁଛି । ଯୁବକଙ୍କ ବେକରେ ଗାମୁଛା ଲାଗିଥିବା ଦେଖିବାକୁ ମିଳିଛି ଓ ମୃତଦେହକୁ ତଳକୁ ଓହ୍ଲାଇ ତଦନ୍ତ କରୁଛି ପୋଲିସ । କେହି ମାରି ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଯୁବକଙ୍କ ପରିଚୟ ମିଳିନଥିବା ବେଳେ ପୁଲିସ ପରିଚୟ ଖୋଜିବା ଆରମ୍ଭ କରିଛି ।