19.1 C
Bhubaneswar
Tuesday, February 3, 2026
Homeଓଡିଶାନବ ବଧୂଙ୍କ ସନ୍ଦେହଜନକ ମୃତ୍ୟୁ

ନବ ବଧୂଙ୍କ ସନ୍ଦେହଜନକ ମୃତ୍ୟୁ

ରାୟଗଡା: ନବ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ। ରାୟଗଡା ଗୁଣପୁର ଥାନା ଅନ୍ତର୍ଗତ ଗଣେଶ ନଗର ଅଞ୍ଚଳରେ ଜଣେ ନବ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଉଛନ୍ତି ପାରଳାଖେମୁଣ୍ଡି ସହର ଅନ୍ତର୍ଗତ ବିଦ୍ୟା ନଗର ଅଞ୍ଚଳର ରଶ୍ମୀ ରଞ୍ଜନୀ ବଡ଼କୁମାର । ଗତକାଲି ରାତିରେ ଗଣେଶ ନଗର ସ୍ଥିତ ଭଡ଼ା ଘରେ ରଶ୍ମିଙ୍କର ମୃତ୍ୟୁ ଘଟିଛି। ବାହାଘର ପରେ ଯୌତୁକ ପାଇଁ ଝିଅକୁ ଶାଶୁ ଘର ଲୋକେ ନିର୍ଯ୍ୟାତନା ଦେଉଥିଲେ। ଏବଂ ଶାଶୁ ଘର ଲୋକ ତାଙ୍କୁ ମାରିଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୃତ ରଶ୍ମୀଙ୍କ ବାପା। । ଅଭିଯୋଗକୁ ଆଧାର କରି ଗୁଣପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏବଂ ଶବକୁ ଜବତ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking