35.1 C
Bhubaneswar
Thursday, April 2, 2026
Homeଓଡିଶାଗୁଣି ସନ୍ଦେହ: ପିଉସୀକୁ ହତ୍ୟା କଲା ପୁତୁରା

ଗୁଣି ସନ୍ଦେହ: ପିଉସୀକୁ ହତ୍ୟା କଲା ପୁତୁରା

ଢେଙ୍କାନାଳ: ଗୁଣିଗାରେଡି ସନ୍ଦେହରେ ପିଉସୀକୁ ତୀର ମାରି ହତ୍ୟା କଲା ପୁତୁରା । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ପିତଳଧୁଆ ଗ୍ରାମ ଝରଣା ସାହିରେ ହତ୍ଯାକାଣ୍ଡ । ମୃତକ ସେହି ଗାଁର ୭୦ ବର୍ଷୀୟ ସୁନ୍ଧୁ ସିଙ୍କୁ । ସୁନ୍ଧୁ ଘରେ ଥିବାବେଳେ ପୁତୁରା ଦାମୋଦର ହଠାତ ଘରେ ପଶି ତାଙ୍କୁ ତୀର ମାରିଥିଲା । ତୀରଟି ସୁନ୍ଧୁଙ୍କ ଛାତିରେ ବାଜିଥିବା ବେଳେ ସେ ସେଠାରେ ଟଳି ପଡ଼ିଥିଲେ । ଖବର ପାଇ କାମାକ୍ଷାନଗର ଏସଡିପିଓ ଓ କଙ୍କଡାହାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖିବା ସହ ହତ୍ୟାରେ ବ୍ୟବହୃତ ଧନୁ ଓ ତୀରକୁ ଜବତ କରିଛନ୍ତି । ମୃତଦେହ ଉଦ୍ଧାର କରି ବ୍ଯବଚ୍ଛେଦ ପାଇଁ ପଠାଇଛି ପୋଲିସ । ତେବେ ପୂର୍ବରୁ ଉଭୟଙ୍କ ମଧ୍ୟରେ କୌଣସି ବଚସା କିମ୍ବା ଗଣ୍ଡଗୋଳ ନଥିଲା । ଗୁଣିଗାରେଡି ନେଇ ଦାମୋଦର ସନ୍ଦେହ କରୁଥିବା ଜଣାପଡିଛି । ସେଥିପାଇଁ ହତ୍ୟା କରିଥିବା ନେଇ ସୁନ୍ଧୁଙ୍କ ଝିଅ କହିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ହତ୍ୟାକାରୀ ପୁତୁରା ଦାମୋଦର ପୂର୍ତ୍ତିକୁ ଅଟକ ରଖି ପଚରାଉଚୁରା ଜାରି ରଖିଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking