25.1 C
Bhubaneswar
Thursday, April 2, 2026
Homeଖେଳ୩୪ ବର୍ଷରେ ପଦାର୍ପଣ କଲେ ସୂର୍ଯ୍ୟକୁମାର

୩୪ ବର୍ଷରେ ପଦାର୍ପଣ କଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ: ‘ମିଷ୍ଟର୍ ୩୬୦’ ଭାବେ ଜଣାଶୁଣା ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବ ଶନିବାର ୩୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ବିଶେଷ ମୁହୂର୍ତ୍ତରେ ପ୍ରଶଂସକ ଏବଂ ମହାନ୍ ଖେଳାଳିଙ୍କ ପକ୍ଷରୁ ତାଙ୍କୁ ଶୁଭକାମନା ମିଳିବାରେ ଲାଗିଛି। ବିସିସିଆଇ ମଧ୍ୟ ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡଲ୍‌ରେ ସୂର୍ଯ୍ୟକୁମାରଙ୍କୁ ଶୁଭେଚ୍ଛା ଜଣାଇଛି। ସୂର୍ଯ୍ୟା ବର୍ତ୍ତମାନ ସୁଦ୍ଧା ଭାରତ ପକ୍ଷରୁ ଗୋଟିଏ ଟେଷ୍ଟ, ୭୧ ଟି-୨୦ ଏବଂ ୩୭ ଦିନିକିଆ ମୁକାବିଲା ଖେଳିଛନ୍ତି। ଟି-୨୦ ଅନ୍ତର୍ଜାତୀୟରେ ସୂର୍ଯ୍ୟା ୪୨.୬୬ ଆଭରେଜ୍‌ରେ ୨୪୩୨ ରନ୍ କରିଛନ୍ତି, ଯେଉଁଥିରେ ଚାରି ଶତକ ଏବଂ ୨୦ ଅର୍ଦ୍ଧଶତକ ସାମିଲ। ୧୬୮.୬୫ର ଷ୍ଟ୍ରାଇକ୍ ରେଟ୍ ଟି-୨୦ରେ ସୂର୍ଯ୍ୟାଙ୍କ ଜୋରଦାର ବ୍ୟାଟିଂକୁ ଦର୍ଶାଇଥାଏ। ଦୀର୍ଘ ସମୟ ଧରି ଆଇସିସି ଟି-୨୦ ର‌୍ୟାଙ୍କିଙ୍ଗ୍‌ର ଶୀର୍ଷରେ ରହିଆସିଥିବା ସୂର୍ଯ୍ୟା ଏବେ ନମ୍ବର ୨ରେ ଅଛନ୍ତି। ୨୦୨୨ ମସିହା ତାଙ୍କ ପାଇଁ ବହୁ ଦମ୍‌ଦାର ଥିଲା।

ଏହି ବର୍ଷ ସେ ମୋଟ ୩୧ ଟି-୨୦ ମ୍ୟାଚ୍‌ରେ ୧୧୬୪ ରନ୍ କରିଥିଲେ। ଏହା ମଧ୍ୟରେ ଦୁଇ ଶତକ ଓ ୯ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଗୋଟିଏ କ୍ୟାଲେଣ୍ଡର ଇୟର୍‌ରେ ଟି-୨୦ ଅନ୍ତର୍ଜାତୀୟରେ କୌଣସି ଭାରତୀୟ ଏକ ହଜାର ରନ୍ ପୂରଣ କରିବା ଏହା ପ୍ରଥମ ଘଟଣା ଥିଲା। ଟି-୨୦ ଅନ୍ତର୍ଜାତୀୟରେ ୪ କିମ୍ବା ତା’ଠାରୁ ଅଧିକ ଶତକ ହାସଲ କରିବାରେ ସୂର୍ଯ୍ୟକୁମାର ତୃତୀୟ ବ୍ୟାଟର୍‌। ରୋହିତ ଶର୍ମା ଏବଂ ଅଷ୍ଟ୍ରେଲିଆର ଗ୍ଲେନ୍ ମ୍ୟାକ୍ସୱେଲ୍ ଟି-୨୦ ଶତକ ମାମଲାରେ ସୂର୍ଯ୍ୟାଙ୍କ ଆଗରେ ରହିଛନ୍ତି। ଅନ୍ୟପକ୍ଷରେ କ୍ରିକେଟ୍‌ର ଏହି ଛୋଟ ଫର୍ମାଟ୍‌ରେ ସର୍ବାଧିକ ଥର ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍‌’ ହେବାରେ ସୂର୍ଯ୍ୟା ସଂଯୁକ୍ତ ଭାବେ ଶୀର୍ଷରେ ରହିଛନ୍ତି। ସୂର୍ଯ୍ୟଙ୍କ ବ୍ୟତୀତ ବିରାଟ କୋହଲି ଏବଂ ମାଲେସିଆର ବୀରନଦୀପ ସିଂହ ୧୬-୧୬ ଥର ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking